ମୋବାଇଲ ଟାୱାରୁ ୨୪ଟି ବ୍ୟାଟେରୀ ଚୋରି । କାକଟପୁର ପୋଲିସର ଜାଲରେ ଦମ୍ପତି

କୋଣାର୍କ:- ବାଲିସିରିଆ ଗାଁର ମୋବାଇଲ ଟାୱାରୁ ୨୪ଟି ବ୍ୟାଟେରୀ ଓ କପର କେବୁଲ ଚୋରି ଘଟଣାରେ ପୁରୀ ଜିଲ୍ଲା କାକଟପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିରାଗାଁ କୁରଙ୍ଗ ଶାସନର ବାପିନା ଭୋଇ ଓରଫ ପାପୁନା ଓ ତାଙ୍କ ପତ୍ନୀ ସିଲା ଭୋଇ। କାକଟପୁର ଥାନା ସୂତ୍ରୁ ମିଳିଥିବା ସୂଚନା ଅନୁଯାୟୀ, ବାଲିସିରିଆ ଗାଁରେ ଥିବା ମୋବାଇଲ ଟାୱାର ଟେକନିସିଆନ ଦିଲୀପ କୁମାର ସେଠୀ ଗତ ରାତିରେ କେତେଜଣ ଅଜଣା ବ୍ୟକ୍ତି ଏକ ପିକଅପ୍ ଭ୍ୟାନ୍ ନମ୍ବର ଓଡି ୦୫ ସିକେ ୧୬୬୧ ଓ ଗୋଟିଏ ସ୍କୁଟି ନମ୍ବର ଓଡି ୦୨ଡିପି ୯୧୨୬ରେ ଆସି ଟାୱାର ପିପିସି ଘର ତାଲା ଭାଙ୍ଗି ୨୪ଟି ୬ଶହ ଏଏଚ କୋସଲାଇଟ୍ ମୋବାଇଲ ଟାୱାର ବ୍ୟାଟେରୀ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତିକରି କାକଟପୁର ଥାନାରେ କେସ୍ ନମ୍ବର ୨୧୫ /୨୬ମାମଲା ରୁଜୁ ହୋଇଥିଲା। କାକଟପୁର ପୋଲିସ ତଦନ୍ତ ତଳାଇଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଦମ୍ପତିଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଚୋରି ଯାଇଥିବା ୨୪ଟି ବ୍ୟାଟେରୀ, ପ୍ରାୟ ୫୦-୬୦ ମିଟର କପର କେବୁଲ ତାର, ନଗଦ ୫୦୫୦ ଟଙ୍କା, ଦୁଇଟି ଓପୋ ମୋବାଇଲ ଫୋନ୍, ଚୋରିରେ ବ୍ୟବହୃତ ଧଳା ରଙ୍ଗର ପିକଅପ୍ ଭ୍ୟାନ୍ ଓ ସ୍କୁଟି ଜବତ କରାଯାଇଛି। ଗିରଫ ହୋଇଥିବା ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି କାକଟପୁର ପୋଲିସ ବୋଲି କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।କୋଣାର୍କ ରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ