ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦାରେ ସମ୍ବର୍ଦ୍ଧନା ଉତ୍ସବ, (ଗୁରୁ ହିଁ’ ଛାତ୍ର ଜୀବନର ଶ୍ରେଷ୍ଠ ମାର୍ଗ ଦର୍ଶକ)
ମାହାଙ୍ଗା -୬ /୫ ସମାଜକୁ ଶୃଙ୍ଖଳିତ, ସଶକ୍ତ ଏବଂ ବିକଶିତ କରିବା କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ l ବିଦ୍ୟାର୍ଥୀ ମାନଙ୍କ ଭିତରେ ଆତ୍ମବିଶ୍ୱାସ ଓ ସଫଳତାର ମୂଳଭିତ୍ତିକୁ ସୁଦୃଢ କରିବାର ଗୁରୁମନ୍ତ୍ର ଦେଉଥିବା ଶିକ୍ଷକମାନେ ଯୁଗେ ଯୁଗେ ପୂଜ୍ୟ ଓ ଚିର ନମସ୍ୟ ବୋଲି ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଛନ୍ତି l ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦାର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ପୁରାତନ ଛାତ୍ରସଂଘ ସଭାପତି ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବକୁ ଶତାୟୁ ପୁରୁଷ ବିଶିଷ୍ଟ ଶିକ୍ଷାବିତ ସୁନାକର ନାୟକ ଉଦଘାଟନ କରିଥିଲେ l ମାହାଙ୍ଗା ମଣ୍ଡଳ ଉନ୍ନୟନ ଅଧିକାରୀ ତିଳୋତ୍ତମା ପୃଷ୍ଟି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଲ ମଣିଷ ଗଢିବାରେ ଶିକ୍ଷକ ମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ l

ମୁଖ୍ୟ ବକ୍ତାଭାବେ ଡ୍ରିମ୍ସ ସାଇନ୍ସ କଲେଜ ଉପାଧ୍ୟକ୍ଷ ଡକ୍ଟର ଅଜିତ କୁମାର ମହାପାତ୍ର କହିଲେ ଛାତ୍ରହିଁ’ ଗୁରୁଙ୍କ ସମ୍ପତ୍ତି l ସେହି ଛାତ୍ରମାନେ ସଫଳତାର ଶୀର୍ଷରେ ପହଂଚି ପାରିଲେ ସମାଜରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳେ l ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ ବଟ କିଶୋର ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ରାୟ, ପୂର୍ବତନ ପ୍ରଧାନଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପତି, ପୂର୍ବତନ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ, ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ସୋମନାଥ ରାମ, ଶିକ୍ଷକ ମୋହିଉଦ୍ଦିନ ଖାଁ,ପ୍ରମୁଖ ଯୋଗଦେଇ ଆଦର୍ଶ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ଶିକ୍ଷକ ଜୀବନର ବହୁ ଉଲ୍ଲେଖନୀୟ ଘଟଣା ଉପରେ ଆଲୋଚନା କରିଥିଲେ l ପୁରାତନ ଛାତ୍ର ସୁବାସ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ରତ୍ନାକର ମହାନ୍ତି,ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ,ପ୍ରାକ୍ତନ ପ୍ରଧାନଶିକ୍ଷକ ବିନୋଦ ବିହାରୀ ମିଶ୍ର, ଶିକ୍ଷାବିତ ବାବାଜୀ ଚରଣ ମହାନ୍ତି,ସିଆରସିସି ଅରୁଣ କୁମାର ନାୟକ, ପ୍ରଧାନଶିକ୍ଷକ ନୀଳ ମାଧବ ପଣ୍ଡା, ପ୍ରଧାନଶିକ୍ଷକ ଚକ୍ରଧର ନାୟକ, ପୁରାତନ ଛାତ୍ର ପନଗ ଭୂଷଣ ଦାସ, କବି ପ୍ରଶାନ୍ତ କୁମାର କର, ଶୁକଦେବ ସ୍ୱାଇଁ, ସୁଧୀର ମହାନ୍ତି, ରଞ୍ଜନ ବଳବନ୍ତରାୟ, କୃଷ୍ଣଚନ୍ଦ୍ର ବାରିକ,ଅଚ୍ୟୁତାନନ୍ଦ ପଲେଇ, ପରମାନନ୍ଦ ମହାନ୍ତି,ପ୍ରମୁଖ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ନାୟକ ଏବଂ ତାଙ୍କ ସହଧର୍ମିଣୀ ଜୟନ୍ତୀ ନାୟକଙ୍କ ବିଦ୍ୟାଳୟ ପ୍ରତି ରହିଥିବା ସେବା ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ l ପୁରାତନ ଛାତ୍ର ସଂଘ, ସ୍ଥାନୀୟ ବଜାର କମିଟି, ସ୍କୁଲ ପରିଚାଳନା କମିଟି, ପଞ୍ଚାୟତ ମହିଳା ଫେଡେରେସନ, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ପ୍ରତାପ କିଶୋରଙ୍କୁ ଉତ୍ତରୀୟ, ପୁଷ୍ପଗୁଛ, ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା l ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସ ମାନପତ୍ର ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ରଞ୍ଜୁଲତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ପଣ୍ଡିତ ଦିଲ୍ଲୀପ କୁମାର ପଣ୍ଡା ବେଦ ପାଠ କରିବା ଦେଖିବାକୁ ମିଳିଥିଲା l ଏହି ଉତ୍ସବକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରୀତି ପଲ୍ଲବୀ ସ୍ୱାଇଁ, ରଶ୍ମିତା ବାରିକ, ଜୟଦେବ ମହାନ୍ତି, ମାଗୁଣି ଚରଣ ସାମଲ, ବ୍ରଜବନ୍ଧୁ ପଲେଇ, ନିହାରିକା ପ୍ରିୟଦର୍ଶିନୀ, ସୁଶ୍ରୀସଙ୍ଗୀତା ସାହୁ, ଯୋଗଜନ୍ମା ବେହେରା, ଲକ୍ଷ୍ମୀବାଈ ଭଞ୍ଜ, ସୌମ୍ୟରଂଜନ ପଣ୍ଡା, ସଚିନ ପ୍ରଧାନ, ଅଚ୍ୟୁତାନନ୍ଦ ଦାସ, ଗୌରୀଶଙ୍କର ମିଶ୍ର, ଅଜୟ କୁମାର ନନ୍ଦ, ସୁଧାଂଶୁ ଶେଖର ପାଣି, ଗଣେଶ ଚନ୍ଦ୍ର ବିହାରୀ, ଗୋପେନ୍ଦ୍ର ଚକ୍ରବର୍ତ୍ତୀ, ପ୍ରମୁଖ ପରିଚାଳନା କରିଥିଲେ l ଏହି ସଭାରେ ବହୁ ବିଦ୍ୟାର୍ଥୀ,ପୁରାତନ ଛାତ୍ର, ଅଭିଭାବକ, ବୁଦ୍ଧିଜୀବୀ, ତଥା ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l ବିଦାୟୀ ପ୍ରଧାନଶିକ୍ଷକଙ୍କୁ ଏକ ବିରାଟ ପଟୁଆରରେ ନଗର ପରିକ୍ରମା କରାଯିବା ପରେ ତାଙ୍କ ଜନ୍ମମାଟି କୁହୁଣ୍ଡା ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା l