ଶିକ୍ଷାବିତ ଡ଼ଃ ଆରତୀ ମହାପାତ୍ର ପାଇଲେ ଓଡିଶା ଭାଷା ଓ ଓଡିଆ ପରମ୍ପରା ରେ ସଂମ୍ମାନ ସୂଚକ ଡକ୍ଟରେଟ ଉପାଧି)ଜଗତସିଂହପୁର
ତା =14/8/25 ବରିଷ୍ଟ ଶିକ୍ଷାବିତ, ସୁ ସାହିତ୍ୟିକ କବୟିତ୍ରୀ ଡ଼ଃ ଆରତୀ ମହାପାତ୍ରଙ୍କୁ ଆମେରିକାନ ମେରିଟ କାଉନସିଲ ଦ୍ୱାରା ଚୟନ କରାଯାଇ ରାଉଲକେଲା ଠାରେ ବିଧାୟକ ଦୁର୍ଗା ଚରଣ ତନ୍ତୀ,ବିଧାୟକ ରଘୁନାଥ ପାଲ୍ଲୀ, ରବି ଦେଉରି ଙ୍କ ଦ୍ୱାରା ଡ଼କ୍ଟରେଟ ଉପାଧି ରେ ମଣ୍ଡିତ କରାଯାଇଛି | ଡ଼ଃ ଆରତୀ ମହାପାତ୍ର କୃତି ଶିକ୍ଷକ ସ୍ବର୍ଗତ ସନାତନ ମହାପାତ୍ର ଙ୍କ ସୁକନ୍ୟା, ଓ କରମଙ୍ଗ ସ୍ଥିତ ସାରଳା ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଶିକ୍ଷାବିତ ଡ଼ଃ ଅଜୟ କୁମାର ମୁଦୁଲି ଙ୍କ ଧର୍ମପତ୍ନୀ | ଦୁଇ ଶିକ୍ଷାବିତ ଜଗତସିଂହପୁର ଜ଼ିଲ୍ଲା ର ଗର୍ବ ଓ ଗୌରବ | କଳା, ସାହିତ୍ୟି ପରମ୍ପରା ରେ ପାଣ୍ଡିତ୍ୟ ଅର୍ଜନ କରି ଦୁହେଁ ବେଶ ପ୍ରଶଂସିତ | ଏଠାରେ ସୂଚନା ଯୋଗ୍ୟ ଡ଼ଃ ଅଜୟ କୁମାର ମୁଦୁଲି ଙ୍କୁ ମଧ୍ୟ୍ୟ ଜୁଲାଇ ମାସରେ ଆମ୍ବେଦକର ଆନ୍ତର୍ଜାତିକ ସେବା ସଂମ୍ମାନ ରେ ୱାର୍ଡ ଚାରିଟି ଫାଉଣ୍ଡେସନ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଚ୍ଚ କୋଟିର ଅବଦାନ ପାଇଁ ଡକ୍ଟରେଟ ସଂମ୍ମାନ ରେ ସଂମ୍ମାନିତ କରାଯାଇଥିଲା | ଏହି ଦୁଇ ଶିକ୍ଷାବିତ ଜ଼ିଲ୍ଲା ପାଇଁ ଗୌରବ ଆଣିଥିବା ରୁ ଜ଼ିଲ୍ଲା ର ବିଭିନ୍ନ କୋଣ ଅନୁକୋଣ ରୁ ଶୁଭେଚ୍ଛା ର ସୁଅ ଛୁଟିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ