ସମ୍ବଲପୁରରେ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ହୋଥିବା ସନ୍ଦେହ

ସମ୍ବଲପୁରରେ ଯୁବକଙ୍କର ଅସ୍ୱାଭାବିକ ମୃତ୍ୟୁ। ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସମ୍ପର୍କୀୟ ସନ୍ଦେହ କରୁଛନ୍ତି। ମୃତକ ସମ୍ବଲପୁର ଜିଲ୍ଲା ଝାଙ୍କରପାଲି ପଞ୍ଚାୟତ ରସିଆପାଲି ଗାଁର ବିଶ୍ବଜିତ ସାହୁ ବୋଲି ଜଣାପଡିଛି। ଅଂଶୁଘାତରେ ପ୍ରଥମ ମୃତ୍ୟୁ ନେଇ ଜିଲ୍ଲାପାଳ କହିଛନ୍ତି ଅଭିଯୋଗ ଆସିଛି । ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ ପରେ ସ୍ପଷ୍ଟ ହେବ । ଏପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୋମବାର ଠାରୁ 3 ଦିନ ଧରି ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।ସେପଟେ ସମ୍ବଲପୁର ସିଡିଏମଓ ଡ଼ ପ୍ରଦୀପ କୁମାର ହୋତା କହିଛନ୍ତି ଯେ ଶବ ବ୍ୟବଛେଦ ହେଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ l