ସିଦ୍ଧେଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଇସାରାରେ ବେଆଇନ ଗଛ କଟାଘଟଣାର ନିରପେକ୍ଷ ତଦନ୍ତ ଦାବି

ଜଗତସିଂହପୁର ତା =9/8/25ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିବେଶ ର ସୁରକ୍ଷା ପ୍ରଦୂଷଣ ରୁ ରକ୍ଷା ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ ଯୋଜନା ପ୍ରଣୟନ କରିଛନ୍ତି |

ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟ ରେ ବ୍ୟାପକ ଗଛ ଚାରା ରୋପଣ କରାଯାଉଥିବା ବେଳେରଘୁନାଥପୁର ବ୍ଲକ ଦେଉଳିସାହି ସ୍ଥିତ ସିଦ୍ଧେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରୁ ବେଆଇନି ଭାବେ ବୃହତ୍ତକାୟ ପଣସ ଗଛ କଟା ଯିବାକୁ ନେଇ ଉକ୍ତ ଅଞ୍ଚଳ ରେ ଛାତ୍ର ଅଭିଭାବକ ମାନଙ୍କ ମଧ୍ୟ୍ୟ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି |ଏ ସମ୍ପର୍କ ରେ ଛାତ୍ର ଅଭିଭାବକ ମାନେ ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ ଅଧିକାରୀ ମାନଙ୍କ ର ନୀରବତା ସଂନ୍ଦେହେ ସୃଷ୍ଟି କରୁଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ