ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ, ୨ ଦେହଜୀବୀ ଉଦ୍ଧାର
ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ ହୋଇଛି ।ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ ଏକୁଟିଆ ରୁହନ୍ତି । ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ବାହାରେ ରହୁଛନ୍ତି । ସେ ଦୀର୍ଘବର୍ଷ ହେଲା ନିଜ ଘରକୁ ରୂପଜୀବୀମାନଙ୍କୁ ଡକାଇ ସେକ୍ସ ରାକେଟ୍ ଚଳାଇଥିଲେ । ପୁଲିସ୍ ଚଢ଼ଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହା ସହିତ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି ।