ସ୍ୟାଣ୍ଡ ଆନିମେସନରେ ଅପରେସନ ସିନ୍ଦୂରର ବିଜୟ ଗାଥା
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷ ବାଲୁକା ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି। ଏହି ସ୍ୟାଣ୍ଡ ଆନିମେସନଟି ଅପରେସନ ସିନ୍ଦୂରର ବିଜୟ ଗାଥାକୁ ଆଧାର କରି କରାଯାଇଛି। ଏହା ସାରା ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି।ଆମ ଦେଶର ସୁରକ୍ଷା ପାଇଁ ବୀର ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ତାଙ୍କର ବୀର ଗାଥାକୁ ବାଲୁକା ଆନିମେସନରେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ବାଲୁକା ଆନିମେସନଟିକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ଏହି ଆନିମେସନ ପୁରୀରେ ଥିବା ମାନସ ସାହୁଙ୍କ ସ୍ୟାଣ୍ଡ ଆର୍ଟ ଇନଷ୍ଟିଟ୍ୟୁଟରେ ପ୍ରସ୍ତୁତ କରାଯାଇଛି।