୧୩୯ ମଲା ଲୋକ ନେଉଛନ୍ତି ରେସନ, ଧରିଲା ସାମାଜିକ ସମୀକ୍ଷା ବିଭାଗ
ଭଣ୍ଡାରିପୋଖରୀ,୭/୧୧: ଜିଲ୍ଲା ସାମାଜିକ ସମୀକ୍ଷା ବିଭାଗ ଭଣ୍ଡାରିପୋଖରୀ ବ୍ଲକର ୧୩୯ ଜଣ ମଲା ଲୋକଙ୍କୁ ଚାଉଳ ଦିଆ ଯାଉଥିବା ପ୍ରକାଶ କରିଅଛି। ଛ ମାସିଆ ଅଡିଟ ରିପୋର୍ଟରେ ଏହାର ଜିଲ୍ଲା ମୁଖ୍ୟ ସବିଶେଷ ତଥ୍ୟ ଦେଇ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ତାଗିଦ କରିବା ସହ ସଂପୃକ୍ତ ଡିଲରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି। ସରସଦା, ବୟାଁବନାପୁର, ଷୋଳମପୁର, ରହଣିଆ ପଂଚୟତରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଉ ନଥିବା ବେଳେ ଦଖିନବାଡ଼ରେ ମାତ୍ର ୧ଟି ଏଭଳି ସମସ୍ୟା ପରିଲକ୍ଷିତ ହୋଇ ଅଛି। ସର୍ବାଧିକ ଭାବେ ବାଲିପୋଖରୀରେ ୧୯ ମଲା ଲୋକ, ମାଳଦାରେ ୬ , ବନ୍ଦାଳ-ମଢିଆଳିରେ ୫, ରଂଜିତରେ ଏକ ସରକାରୀ ଚାକିରିଆକୁ ମିଶାଇ ୧୨ ଜଣ, ନାଆମୀରେ ୧୨ ଜଣ, ରାମଚନ୍ଦ୍ରପୁରରେ ୭,ଜଳମଣ୍ଡୁଆରେ ୯ ,ସାନସାସନରେ ୧୦ ,ଝୁଟୁଣାରେ ୧୫,ନପଙ୍ଗରେ ୨୦ ,ନିର୍ଗୁଣ୍ଡିରେ ୧୧,ନେରଡ଼ାରେ ୫,କୁରୀଗାଁରେ ୩,ନାଗୁଆଁରେ ୮,ତେସିଙ୍ଗାରେ ୫ ଜଣ ମଲା ଲୋକଙ୍କ ନାମରେ ରେସନ ଉଠା ଯାଉଅଛି। ଏପରିକି କେତେଜଣ ୪/୫ ବର୍ଷ ଭଳି ଲମ୍ବା ସମୟ ଧରି ଏମାନଙ୍କ ନାମରେ ଚାଉଳ ଉଠା ଯାଇଅଛି ବୋଲି ଘରକୁ ଘର ବୁଲି ତଥା ସ୍ୱାସ୍ଥ୍ୟ ବିଭାଗ ଏଏନଏମ ଦିଦିଙ୍କ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଦେଇଛନ୍ତି। ବିଡ଼ିଓ ଦେବଦତ୍ତ ଦାସ ରିପୋର୍ଟ ମିଳିଛି, ତଦନ୍ତ ଆରମ୍ଭ ହୋଇ ଥିବା କହି ଛନ୍ତି।
