୧୬ତମ ମହିଳା ମଣ୍ଡଳ ରେ ଯୋଗଦେଲେ ୪୫ଟି ଗ୍ରାମର ମହିଳା ମଣ୍ଡଳ
ଗଣିଆ ୨୭.୦୪(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଅନ୍ତର୍ଗତ ପୁର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ମା’ ବ୍ରାହ୍ମଣୀଦେବୀଙ୍କ ପୀଠରେ ୧୬ତମ ମହିଳା ମଣ୍ଡଳ ଅନୁଷ୍ଠିତ ହୋଇଯାଇଛି । ଗତକାଲି ମା’ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ଅଙ୍କୁରାରୋପଣ କରାଯାଇଥିବାବେଳେ ଆଜି ସକାଳୁ ସୂର୍ଯ୍ୟପୂଜା, ଘୃତଯଜ୍ଞ, ମାଜଣା ଆଜି ନୀତିକାନ୍ତ ମା’ଙ୍କ ପୀଠାରେ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ବ୍ଳକ ତଥା ଆଖପାଖ ଅଂଚଳର ପ୍ରାୟ ୪୫ଗୋଟି ଗ୍ରାମର ୧ହଜାରରୁ ଉର୍ଦ୍ଧ୍ୱ ମହିଳା ଯୋଗଦାନ କରିଥିଲେ । ମା’ଙ୍କ ପୀଠରେ ମହିଳାମାନେ ପର୍ଯ୍ୟାୟକ୍ରମେ ଗ୍ରାମ ଅନୁସାରେ ବିଭିନ୍ନ ପ୍ରକାର ଭଜନ କୀର୍ତନ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପରିବେଷଣ କରିଥିଲେ । ଫଳରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିର ପୂଜକଙ୍କ କହିବା ଅନୁସାରେ ପୁର୍ଣ୍ଣଚନ୍ଦ୍ରପୁର ଗ୍ରାମର ଗ୍ରାମ ଦେବତୀ ମା’ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ବହୁଦିନରୁ ଏହି ମଣ୍ଡଳ ହୋଇ ଅସୁଅଛି । ମହିଳାମାନେ ମା’ଙ୍କ ପୀଠରେ ପୁଜାର୍ଚ୍ଚନା କରି ଯାହା ମାନସିକ କରି ଯାଇଥାନ୍ତି ତାହା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ମଣ୍ଡଳ ପ୍ରତି ୪ବର୍ଷରେ ଥରେ ହୋଇଥାଏ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶଙ୍କର୍ଷଣ ପ୍ରଧାନ, ନାରାୟଣ ସ୍ୱାଇଁ, ଭିକାରୀ ସାମଲ, ସଂସାରୀ ସ୍ୱାଇଁ, ସୁଦର୍ଶନ ଖଟୁଆ, ମନ୍ଦରଧର ପ୍ରଧାନ, ବିନୋଦ ବରାଡ଼, ଦଣ୍ଡଧର ସ୍ୱାଇଁଙ୍କ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଉପସ୍ଥିତ ରହି ସହଯୋଗ କରିଥିଲେ ।