୨୯ ରେ ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ।ଆଜି ସରୁଛି ପ୍ରଚାର
ଆସନ୍ତା ଏପ୍ରିଲ 29 ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଯେପରି ମତଦାନରେ ବାଧା ନ ଉପୁଜେ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ(EC) । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିନ ।ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି।ଗତ ଏପ୍ରିଲ 23ରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିଲା । ଗତ 48 ଘଣ୍ଟା ମଧ୍ୟରେ ପୋଲିସ ଦକ୍ଷିଣ ପରଗଣାରେ ଜଣେ ଟିଏମସି କର୍ମୀଙ୍କ ଘରୁ ହାତବୋମା ଜବତ କରିଛି । ଏହି ଘଟଣା ପରେ ବେଆଇନ ବୋମା କାରଖାନାରେ ଚଢାଉ କରିବା ପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।ସେହିପରି ପ୍ରତି ପୋଲିଂ ବୁଥରେ ସିସିଟିଭି କ୍ୟାମେରା ଲଗାଯାଇଛି । ପ୍ରତି ବୁଥରେ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ ରହିବେ । ଅଣସ୍ବୀକୃତିପ୍ରାପ୍ତ କାହାକୁ ମଧ୍ୟ ପୋଲିଂ ବୁଥର 100 ମଟର ପରିସରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।