LOCରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ଅଗ୍ନିବୀର ମୃତ
ସୀମା ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଲ୍ୟଣ୍ଡମାଇନ ବିସ୍ପୋରଣ ଯୋଗୁଁ ଜଣେ ସେନା ଯବାନ ସହିଦ ହେବା ସହ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଜମ୍ମୁ ଓ କାଶ୍ମୀରର ପୁଞ୍ଛ ଅଞ୍ଚଳରେ ଥିବା ଏଲଓସି ସୀମା ନିକଟରେ ଏହି ବିସ୍ପୋରଣ ହୋଇଥିବା ନେଇ ଅଧିକାରିମାନେ ସୂଚନା ପ୍ରଦାନ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୨୫ରେ କ୍ରିଷ୍ଣା ଘାଟିର ସାଧାରଣ ଅଞ୍ଚଳରେ ପ୍ୟାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଗୋଟିଏ ମାଇନ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଅଗ୍ନିବୀର ପ୍ରାଣ ହରାଇଛନ୍ତି ଓ ଆଉ ଦୁଇ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁଇ ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜେସିଓ। ତାଙ୍କୁ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।ଏହି ଦୁର୍ଘଟଣାରେ ଆହତ ଯବାନମାନଙ୍କୁ ସଙ୍ଗେସଙ୍ଗେ ସେନା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ତେବେ ଆହତ ଯବାନମାନଙ୍କ ଅବସ୍ଥା ସ୍ଥିର ଥିବା ନେଇ ଅଧିକାରୀମାନେ ମତ୍ତ ପ୍ରକାଶ କରିଛନ୍ତି।