NDA କୁ ଛାଡି କାହିଁକି ରାହୁଲଙ୍କୁ ହଁ କହିଲେ ବିଜୟ ?
ଦେଶରେ ଅନେକ ଏନଡିଏ ସରକାର ଚାଲିଛି । ଅନେକ ରାଜ୍ୟରେ ମଧ୍ୟ ସରକାର ଗଠନ କରିଛି । ତେବେ ତେଲେଙ୍ଗାନାରେ ଏନଡିଏକୁ ନ ବାଛି କଂଗ୍ରେସକୁ କାହିଁକି ବାଛିଲେ ବିଜୟ ? ଏହା ପଛରେ କଣ ରହିଛି କାରଣ ।ଅଭିନେତାରୁ ନେତା ବନିଥିବା ବିଜୟଙ୍କ ଦଳ ‘ତମିଲଗା ଭେଟ୍ରି କାଜଗାମ’ ବା TVK ୧୦୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ମାତ୍ର ସରକାର ଗଠନ ପାଇଁ ଆବଶ୍ୟକ ୧୧୭ ମ୍ୟାଜିକ୍ ନମ୍ବରଠାରୁ ଦଳ ମାତ୍ର କିଛି ପାଦ ଦୂରରେ ରହିଛି । ଏଭଳି ସ୍ଥିତିରେ ବିଜୟ ୫୩ ଆସନ ଜିତିଥିବା ଏନଡିଏକୁ ପ୍ରତ୍ୟାଖ୍ୟାନ କରି ମାତ୍ର ୫ଟି ଆସନ ଜିତିଥିବା କଂଗ୍ରେସର ସହଯୋଗ ଲୋଡ଼ିବା ସମସ୍ତଙ୍କୁ ଚକିତ କରିଛି ।ବିଜୟ ନିଜର ସମ୍ବୋଧନରେ କହିଥିଲେ କି, ଡିଏମକେ ଏବଂ ଏଆଇଡିଏମକେ ତାଙ୍କର ରାଜନୈତିକ ଶତ୍ରୁ ଏବଂ ବିଜେପି ହେଉଛି ତାଙ୍କ ଆଦର୍ଶଗତ ବିରୋଧୀ । ଯେଉଁ କାରଣରୁ ବିଜୟ ବଡ଼ ଦଳଙ୍କ ବାଛି କଂଗ୍ରେସକୁ ପ୍ରଥମେ ବାଛିଛନ୍ତି । ଡିଏମକେକୁ ବିରୋଧ କରି ଆସୁଛନ୍ତି ବିଜୟ । ଏହାସହ ଏଆଇଡିଏମକେ ବିଜେପି ସହ ମେଣ୍ଟରେ ରହିଛି । ଯେଉଁ କାରଣରୁ ଏହି ଏନଡିଏ ମେଣ୍ଟରେ ସେ ଭାଗ ନେବାକୁ ଚାହିଁନାହାନ୍ତି ।