ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ

ଓଡ଼ିଶା ସମସ୍ତ ବୟସର ମହିଳା ଏବଂ ବାଳିକାମାନଙ୍କ ପାଇଁ ବ୍ୟାପକ ସ୍କ୍ରିନିଂ, ପୁଷ୍ଟିସାର ଏବଂ ସୁସ୍ଥତା ସେବା ଉପରେ ଧ୍ୟାନ କେନ୍ଦ୍ରିତ କରି ଏକ ପରିବର୍ତ୍ତନକାରୀ ସ୍ୱାସ୍ଥ୍ୟ ଅଭିଯାନ “ ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଆସନ୍ତା ୧୭ ସେପ୍ଟେମ୍ବରରେ ମଧ୍ୟପ୍ରଦେଶ ର ଧାର ଜିଲ୍ଲାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ପଦକ୍ଷେପ (National initiatives) ସମନ୍ୱିତ ଏହି ଅଭିଯାନ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହାର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ୟୁନିଟ ୩ ସ୍ଥିତ ଇଡକୋ ପଡିଆରେ ଅନୁଷ୍ଠିତ ହେବ। ରାଜ୍ୟ ଶୁଭାରମ୍ଭ ୧୭ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ।ଏକକାଳୀନ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଆଞ୍ଚଳିକ ଶୁଭାରମ୍ଭରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଯୋଗଦେବେ। ଉଭୟ କାର୍ଯ୍ୟକ୍ରମକୁ ଜାତୀୟ ଶୁଭାରମ୍ଭ ସହିତ ଉଭୟ ପାର୍ଶ୍ଵକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସଂଯୋଗ କରାଯିବ।ରାଜ୍ୟ କାର୍ଯ୍ୟକ୍ରମରେ ୫୦୦୦ରୁ ଅଧିକ ମହିଳା ହିତାଧିକାରୀଙ୍କ ଅଂଶଗ୍ରହଣ କରିବେ । ଯେଉଁମାନେ ଟିବି, ଏନସିଡି, ରକ୍ତହୀନତା ଏବଂ କର୍କଟ ରୋଗର ସ୍କ୍ରିନିଂ କରିବେ। ସେମାନଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ଅନୁଯାୟୀ ପୁଷ୍ଟିସାର ଏବଂ ଖାଦ୍ୟ ବିବିଧତା ଉପରେ ବ୍ୟକ୍ତିଗତ ପରାମର୍ଶ ପାଇବେ। ତେବେ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକୁ ପ୍ରୋତ୍ସାହିତ କରିବା, ମହିଳା ଏବଂ ବାଳିକାମାନଙ୍କର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା, ଏହି ବିଶ୍ୱାସ ସହିତ ଯେ “ଯେତେବେଳେ ଝିଅମାନେ ସୁସ୍ଥ, ଶିକ୍ଷିତ ଏବଂ ସଶକ୍ତ ହୁଅନ୍ତି, ପରିବାରଗୁଡ଼ିକ ସଶକ୍ତ ହୁଅନ୍ତି।” ଏହା ପିଏମଏମଭିୱାଇ ଭର୍ତ୍ତି ଏବଂ ପୋଷଣ ମାସ (୧୨ ସେପ୍ଟେମ୍ବରରୁ ଆରମ୍ଭ) ଅନ୍ତର୍ଗତ କାର୍ଯ୍ୟକ୍ରମ ସହ କରାଯିବ ।