କାଦୁଆ ଏମ ଏମ ସି କ୍ରିକେଟ ଟୁର୍ଣ୍ଣାମେଣ୍ଟଇନ୍ଦିପଟାକୁ ହରାଇ ଦଶପଲ୍ଲା ଚାମ୍ପିୟାନ
ଗଣିଆ -( ବିଶ୍ୱରଂଜନ ସେଠି)ଗଣିଆ ବ୍ଲକ ସ୍ଥିତ ରାଧାକୃଷ୍ଣ ଯୁବକ ସଂଘ, କାଦୁଆ ଦ୍ୱାରା ଆୟୋଜିତ ଏମ୍.ଏମ୍.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି ।ଦଶପଲ୍ଲା କ୍ରିକେଟ କ୍ଲବ୍ ଓ ଇନ୍ଦିପଟା କ୍ରିକେଟ କ୍ଲବ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଇନ୍ଦିପଟା ଟଚ୍ ଉଇନ କରି ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା। । ପ୍ରଥମେ ବ୍ୟାଟିଂ କରି 20 ଓଭର୍ରେ 8ଟି ୱିକେଟ୍ ହରାଇ 167 ରନ୍ ସଂଗ୍ରହ କରିଥିଲା। ଜବାବ ରେ ଦଶପଲ୍ଲା କ୍ରିକେଟ କ୍ଲବ୍ 16.4 ଓଭର୍ରେ କେବଳ 1ଟି ୱିକେଟ୍ ହରାଇ 172 ରନ୍ କରି 9 ୱିକେଟ୍ରେ ଜୟଲାଭ କରି ଚ୍ୟାମ୍ପିଅନ୍ ହୋଇଥିଲା।
ଏହି ଫାଇନାଲ୍ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିବା ବେଳେ। ସମ୍ମାନିତ ଅତିଥି ଭାବେ ମହାନଦୀ ପବ୍ଲିକ୍ ସ୍କୁଲର ପ୍ରତିଷ୍ଠାତା ଶ୍ରୀ ପଙ୍କଜ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା ଓ ପୂର୍ବତନ ଶିକ୍ଷକ ଯୁଗଳ କିଶୋର ସ୍ୱାଇଁ ଉପସ୍ଥିତ ଥିଲେ। ମ୍ୟାଚ୍ଟିକୁ ସଂଗ୍ରାମ ମହାନ୍ତି ଓ ତୁଷାର ରଞ୍ଜନ ମହାନ୍ତି ପରିଚାଳନା କରିଥିବାବେଳେ ରେଫେରୀ ଭାବେ ତ୍ରିଲୋଚନ ବସ୍ତି କାର୍ଯ୍ୟନିର୍ବାହ କରିଥିଲେ।
ବିଜୟୀ ଦଶପଲ୍ଲା ଦଳକୁ ନଗଦ ଟଙ୍କା ସହିତ ଟ୍ରଫି ଉପବିଜୟୀ ଇନ୍ଦିପଟା ଦଳକୁ ନଗଦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଦଶପଲ୍ଲା ଦଳର ଖେଳାଳି ଦିବାକର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ହାସଲ କରିଥିଲେ।
ଅତିଥିମାନେ ପୁରସ୍କାର ବିତରଣ କରି ଖେଳଧୁଳାର ଗୁରୁତ୍ୱ ବିଷୟରେ ଉଦ୍ବୋଧନ ଦେଇଥିଲେ। ସମସ୍ତ ଦର୍ଶକମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସ୍ଥାନୀୟ କ୍ରିକେଟ୍ ପ୍ରେମୀ ଓ ଗ୍ରାମବାସୀଙ୍କ ବ୍ୟାପକ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିଲା।
