ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା। ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଧରିଲା ପୁଲିିସ।

ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ଗ୍ରାମର ଆର୍ମି ଯବାନ ଏବଂ ତାଙ୍କର ଦୁଇ ପୁତୁରା ମିଶି ଗତକାଲି ଭୁବନେଶ୍ୱର ରେ ଜଣେ ୟୁଟ୍ୟୁବର ରାହୁଲ ମହାରଣା ଙ୍କୁ ହତ୍ୟା କରିଥିବାର ମଞ୍ଚେଶ୍ବର ଥାନା ପୁଲିସ ସୂଚନା ଦେଇଛନ୍ତି |

ଭୁବନେଶ୍ୱର ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା। ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଧରିଲା ପୁଲିିସ। ସିସିଟିଭି ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାର୍ଡ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ବର୍ତମାନ ସୂଚନା ଦେଇଛନ୍ତି