ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଟି୨୦ ଫର୍ମାଟରୁ ସନ୍ନ୍ୟାସ ନେଲେ ମିଚେଲ ଷ୍ଟାର୍କ

୨୦୨୬ ଟି-୨୦ ବିଶ୍ୱକପ ପୂର୍ବରୁ କଙ୍ଗାରୁ ଟିମ୍‌କୁ ବଡ଼ ଝଟକା । ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ । ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ କିନ୍ତୁ ଖେଳ ଜାରି ରଖିବେ । ମିଚେଲ ଷ୍ଟାର୍କ ୨୦୧୨ ମସିହାରେ ଟି-୨୦ ଆନ୍ତର୍ଜାତୀୟ ପିଚ୍ରେ ଡେବ୍ୟୁ କରିଥିଲେ । ତାଙ୍କର ଟି-୨୦ ଆନ୍ତର୍ଜାତୀୟ କ୍ୟାରିଅର ୧୩ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ସେ ଜୁନ୍ ୨୦୨୪ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଷ୍ଟାର୍କ ଏବେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଧ୍ୟାନ ଦେବାକୁ ଚାହୁଁଥିଲେ । ତେଣୁ ସେ ଟି-୨୦ ଆନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟ ଷ୍ଟାର୍କ ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଓଡିଆଇ ବିଶ୍ୱକପ ଉପରେ ମଧ୍ୟ ନଜର ରଖିଛନ୍ତି।