ଆଦର୍ଶ ବିଦ୍ୟାଳୟ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଗଣିଆ,(ବିଶ୍ୱରଂଜନ ସେଠି .) ଗଣିଆ ବ୍ଳକ ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ପ୍ରବେଶିକା ପରୀକ୍ଷା କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରବେଶିକା ପରୀକ୍ଷାରେ ଗଣିଆ ବ୍ଳକର ୬ଷଷ୍ଠଠାରୁ ୧୦ମଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାକୁ ନାମ ଲେଖାଇବା ପାଇଁ ମୋଟରେ ୨୦୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ୧୮୬ଜଣ ପରୀକ୍ଷା ଦେଇଥିଲେ । ୧୪ଜଣ ଅନୁପସ୍ଥିତ ଥିଲେ । ତେବେ ୬ଷ୍ଠ ଶେଣୀ ନିମନ୍ତେ ୧୯୦ଜଣ ପରୀକ୍ଷା ଦେବାକୁ ଥିବାବେଳେ ୧୮୦ଜଣ ଦେଇ ୧୦ଜଣ ଅନୁପସ୍ଥିତ, ୭ମ ଶେଣୀ ନିମନ୍ତେ ୫ଜଣ ପରୀକ୍ଷା ଦେବାକୁ ଥିବାବେଳେ ୩ଜଣ ଦେଇ ୨ଜଣ ଅନୁପସ୍ଥିତ, ୮ମ ଶେଣୀ ନିମନ୍ତେ ୪ଜଣ ପରୀକ୍ଷା ଦେବାକୁ ଥିବାବେଳେ ୩ଜଣ ଦେଇ ୧ଜଣ ଅନୁପସ୍ଥିତ, ୯ମ ଶେଣୀ ନିମନେ୍ ୧ଜଣ ପରୀକ୍ଷା ଦେବାକୁ ଥିବାବେଳେ ୧ଜଣ ଅନୁପସ୍ଥିତ ଥିବା ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ସୁଚନା ଦେଇଥିଲେ । ପରୀକ୍ଷାକେନ୍ଦ୍ରରେ ପରୀକ୍ଷାଥୀମାନେ ଠିକ ସମୟରେ ଆସି ଶୃଙ୍ଖଳାର ସହିତ ପରୀକ୍ଷା ଦେଇଥିଲେ । ପରୀକ୍ଷା କେନ୍ଦ୍ରରେ ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ପରୀକ୍ଷା କେନ୍ଦ୍ରରେ ପଂହଚି ତଦାରଖ କରିଥିଲେ । ସମସ୍ତ ସିଆରସିସି ସହଯୋଗ କରିଥିଲେ ।