ଏବେ ସମଗ୍ର ଦେଶରେ ଭୋଟର ତାଲିକାର ହେବ SIR
ଅକ୍ଟୋବର ମାସରୁ ଦେଶବ୍ୟାପୀ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ଆଇଡି ସଂଶୋଧନ (SIR) ଆରମ୍ଭ ହେବ। ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକରେ ଏହି ପ୍ରସ୍ତୁତି ଆଲୋଚନା ହୋଇ ଅନୁମୋଦନ ପାଇଛି।ଅଧିକାରୀମାନେ ସେପ୍ଟେମ୍ବର ସୁଦ୍ଧା ପ୍ରାଥମିକ ପ୍ରସ୍ତୁତି ସମାପ୍ତ କରି ଅକ୍ଟୋବରରେ SIR ଆରମ୍ଭ କରିବେ ବୋଲି କମିଶନକୁ ଆଶ୍ୱାସନା ଦେଇଛନ୍ତି।
ଏହି ସଂଶୋଧନର ଲକ୍ଷ୍ୟ ହେଉଛି ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ଦୁଇଟି ଆଇଡି ଏବଂ ଅଣ-ନାଗରିକଙ୍କ ନାମ ହଟାଇ ଭୋଟର ତାଲିକାକୁ ଶୁଦ୍ଧ କରିବା ଏବଂ ଯୋଗ୍ୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା। ସ୍ଥାନୀୟ ଭାବେ ଗ୍ରହଣୀୟ ପ୍ରମାଣପତ୍ର ଆଧାରରେ ଯାଞ୍ଚ ପ୍ରକ୍ରିୟା ନିର୍ଧାରଣ କରାଯିବ।