କୁଜଙ୍ଗ ଗାନ୍ଧୀ ଭାବେ ପରିଚିତ ସ୍ବର୍ଗତ ନାରାୟଣ ବୀରବର ସାମନ୍ତଙ୍କ ପ୍ରତିମୂର୍ତି ଉନ୍ମୋଚନ ଓ ସ୍ମୃତି ପାଠାଗାର

କୁଜଙ୍ଗ ଗାନ୍ଧୀ ଭାବେ ପରିଚିତ ସ୍ବର୍ଗତ ନାରାୟଣ ବୀରବର ସାମନ୍ତଙ୍କ ପ୍ରତିମୂର୍ତି ଉନ୍ମୋଚନ ଓ ସ୍ମୃତି ପାଠାଗାର କୁଜଙ୍ଗ ଠାରେ ଉ ଉଦ୍‌ଘାଟିତ ହୋଇଯାଇଛି । କୁଜଙ୍ଗ ସରପଞ୍ଚ ବନ୍ଦିତା ପାରାଦୀପର ବିଧାୟକ ତ‌ଥା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଉ ଉନ୍ମୋଚନ କରିବା ସହ ନାରାୟଣ ବୀରବର ସାମନ୍ତ ଅନ୍ୟତମ। କୁଜଙ୍ଗ ଅଞ୍ଚଳରେ ତାଙ୍କୁ ଗାନ୍ଧୀ ବୋଲି ଡକାଯାଉଥିଲା। ହଜାରିବାଗ ଜେଲରେ ଦେଶ ପାଇଁ କାରାବରଣ କଥା କୁହନ୍ତୁ କି ଲବଣ ସତ୍ୟାଗ୍ରହ ଅବା ଭୂଦାନ ଆନ୍ଦୋଳନ ସବୁଥିରେ ସେ ଆଗରେ ଥିଲେ। କୁଜଙ୍ଗ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ପାଠାଗାର ଉଦ୍‌ଘାଟିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଉପସ୍ଥିତ ଅତିଥୁମାନେ। ବିଂଶଶତାବ୍ଦୀର ଶ୍ରେଷ୍ଠ ପୁରୁଷ ଓ କର୍ମଯୋଗୀ ଥିଲେ କୁଜଙ୍ଗ ଗାନ୍ଧୀ ନାରାୟଣ ବୀରବର ସାମନ୍ତ। ଆଜି ଯେଉଁ ପାରାଦୀପ ବନ୍ଦର ସମସ୍ତେ ଦେଖୁଛନ୍ତି ତା’ର ପରିକଳ୍ପନା ବାସ୍ତବ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ଯରେ ବୀରବର ସାରଙ୍କ ଅବଦାନ ଗୋଟିଏ ଅଭୁଲା ସ୍ମୃତି ହୋଇ କୁଜଙ୍ଗ ଇତିହାସର ସର୍ଣ୍ଣକ୍ଷରରେ ରେ ଲିପିବଦ୍ଧ ହୋଇ ରହିବ | ସମାଜ ପ୍ରତି ତାଙ୍କ ଅବଦାନ ପ୍ରେରଣାଦାୟୀ ହୋଇ ରହିବ ବୋଲି ମନ୍ତ୍ରୀ ସମ୍ପଦ କହିଥିଲେ। ଏହି ଅବସରରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଭାଜପା ନେତା ରାଜକିଶୋର ବେହେରା, ବାଲିକୁଦା–ଏରସମା ନିର୍ବାଚନ ମଣ୍ଡଳୀର ଭାଜପା ନେତା ସତ୍ୟସାରଥୀ ମହାନ୍ତି, ପାରାଦୀପର ଅତିରିକ୍ତ ଜିଲାପାଳ ନିରଞ୍ଜନ ବେହେରା, କୁଜଙ୍ଗ ତହସିଲଦାର ସ୍ବରୂପ ନନ୍ଦନ ବେହେରା ଓ ବିଡିଓ ଦୀପକ ପ୍ରସାଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶତାଧ‌ିକ ଜନ ସାଧାରଣଙ୍କ ସମେତ ବୃଦ୍ଧିଜୀବୀ, ସାମାଜିକ କର୍ମୀ, ଯୁବ ବର୍ଗ, ମହିଳା, ଦଳୀୟ ନେତୃବର୍ଗମାନେ ପ୍ରମୁଖ ଉପସ୍ଥିତ ଥିଲେ | ସୂଚନାଯୋଗ୍ୟ, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୁଜଙ୍ଗ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ପାଠାଗାର ପ୍ରତିଷ୍ଠା କରାଯାଇଛି। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍�