କୋଣାର୍କ:- କେନ୍ଦ୍ର ଜାତି ଓ ଜନଜାତି ପ୍ରତିନିଧିମଣ୍ଡଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ବେଳେ ଜଣେ ଅତିଥି ନିଖୋଜ,ଦୁଇଘଣ୍ଟା ଖୋଜା ଖୋଜି ପରେ କୋଣାର୍କ ପୋଲିସ କୁ ମିଳିଲା ନିଖୋଜ ଅତିଥି।
ରାଜ୍ୟସଭା ଉପାଧକ୍ଷ ହରିବଂଶ ନାରାୟଣ ସିଂ ଙ୍କ ନେତୃତ୍ୱ ରେ ଭୁବନେଶ୍ୱର ରେ ହେଉଥିବା ଜାତୀୟ କେନ୍ଦ୍ର ଜାତି ଓ ଜନଜାତି ସମ୍ମିଳନୀ ସାରି ୨୫୬ ଜଣ ସଂସଦୀୟ ପ୍ରତିନିଧିମଣ୍ଡଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ପୁରୀ ଜଗନ୍ନାଥ ଦର୍ଶନ ନିମନ୍ତେ ଫେରି ଯାଇଥିଲା ବେଳେ ପ୍ରସାଶନ ର ଅବହେଳା କୁ ନେଇ ଜଣେ ସଂସଦୀୟ ପ୍ରତିନିଧି କୋଣାର୍କ ରେ ନିଖୋଜ ହୋଇଯାଇଥିବା ଚାଞ୍ଚଲ୍ୟକର ଖବର ମିଳିଛି ।

ଅତିଥି ଜଣକ ତୁରନ୍ତ ନିଜର ସାଥୀ ଙ୍କୁ ଏ ନେଇ ଫୋନ ମାଧ୍ୟମ ରେ ଜଣାଇବା ପରେ ପ୍ରସାଶନ ମହଲ ରେ ହଡ଼କମ୍ପ ସୃଷ୍ଟି ହୋଇଥିଲା ।ତୁରନ୍ତ କୋଣାର୍କ ପୋଲିସ କୁ ଖବର ଦେବାପରେ କୋଣାର୍କ ପୋଲିସ ଖବର ପାଇ ବିଭିନ୍ନ ସ୍ଥାନ ଖୋଜାଖୋଜି ଚଳାଇଥିବା ପରେ ଦୀର୍ଘ ଦୁଇଘଣ୍ଟା ପରେ ବାଖ୍ୟାନ କେନ୍ଦ୍ର ମୁଖ୍ୟ ପ୍ରବେଶ ଗେଟ ଅପର ପଟରେ ଥିବା ସାହୁ ହୋଟେଲ ନିକଟ ରେ ନିଖୋଜ ସଂସଦୀୟ ଅତିଥି ବସି ଥିବା ଦେଖି ତାଙ୍କୁ ଏକ ସ୍ୱତନ୍ତ୍ର କାର ରେ ପୁରୀ ପଠାଇ ଦେଇଥିବା କୋଣାର୍କ ପୋଲିସ ପକ୍ଷରୁ ସୂଚନା ମିଳିଛି।ଜିଲ୍ଲା ପ୍ରଶାସନ ଅପାରଗତା ଯୋଗୁଁ ଆଜି ଅତିଥି ହଟହଟା ହେବା ସହ ୨ଘଣ୍ଟା ପରେ ମିଳିଲେ ଅତିଥି। କୋଣାର୍କ ରୁ ପ୍ରକାଶ କାଣ୍ଡି