ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ୪ ଜଣ ବ୍ୟକ୍ତି ଗିରଫ

କଟକ ଜିଲ୍ଲା ଖୁଣ୍ଟୁଣୀ ପୋଲିସ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ ର ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୩ ଟି ମୋଟର ସାଇକେଲ କୁ ଜବତ କରିଛି ପୋଲିସ।  ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାରଙ୍ଗ ଥାନା ବିଦ୍ୟାଧରପୁର ଗାଁର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ଲୁଲୁ  ମହନ୍ତ, ଖୁଣ୍ଟୁଣୀ ଥାନା ଡାଳୁଆ ଗାଁର ମନ ଓରଫ ମନୋଜ ଦେହୁରୀ, ଖୁଣ୍ଟୁଣୀ ଥାନା ମାଣିତ୍ରୀ ଗାଁର ବିଜୁ ଦେହୁରୀ, ଗୁରୁଡ଼ିଝାଟିଆ ଥାନା କୁଷ୍ପଙ୍ଗି ଗାଁର ସତ୍ୟନାରାୟଣ ବେହେରା । ସମସ୍ତ ୪ ଗଡ଼ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ।