ଗଣିଆର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା
ପାଳିତଗଣିଆ, (ବିଶ୍ୱରଂଜନ ସେଠି) ଗଣିଆ ଅଂଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣନାଥଙ୍କର ପୁଜା ଧୁମଧାମର ସହିତ ପାଳିତ ହୋଇଯାଇଛି । ସମସ୍ତ ସରକାରୀ, ବେସରକାରୀ, ଗାଁର ଯୁବକସଂଘ ମାନଙ୍କରେ ଗଣେଶ ପୁଜା ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କୁ ଧୁପ, ଦୀପ, ପୁଷ୍ପ, ଚନ୍ଦନ, ନଡ଼ିଆ, କଦଳୀ, ସେଓ, କଦଳୀ, ଅଙ୍ଗୁର, ରାଶିଲଡ଼ୁ, ମିଠେଇ ଆଦି ଭୋଗ କରାଯାଇଥିଲା । ପୁଜାରେ ପ୍ରତ୍ୟେକ ଅନୁଷ୍ଠାନରେ ଭଜନ ଓ କୀର୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପୁଜା ଅନୁଷ୍ଠାନଗୁଡ଼ିକ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳରେ ସୁସଜ୍ଜିତ ହୋଇଥିଲା । ଗଣିଆର ଆଡଭାନ୍ସ ଟ୍ୟଟୋରିଆଲ ଓ ଗଣିଆ ସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,, ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟ , କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ବନମାଳୀ ବାରିକି ମହାବିଦ୍ୟାଳୟ ଆଡ଼କଟା , ପଂଚାୟତ ଉଚ୍ଚ ବିଦ୍ୟାଳୟ କିଶୋରପ୍ରସାଦରେ ମଧ୍ୟ ଧୁମଧାମରେ ପୂଜା ପାଳିତ ହୋଇଥିଲା ।

ଚଳିତ ବର୍ଷ ଆଡଭାନ୍ସ ଟ୍ୟଟୋରିଆଲ ପୂଜା ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ଏଥି ସହିତ ଗଣିଆ ଅଂଚଳର ମଧୂବୈଶ୍ୟ ସମାଜର ଆରାଧ୍ୟ ଠାକୁର ଗଣେଶଙ୍କ ପୁଜା ଗଣିଆ ବିରାଜିତ ରଘୁନାଥ ମନ୍ଦିର ପରିସରରେ ଓ ଛାମୁଣ୍ଡିଆ ଅଂଚଳର ମଧୂବୈଶ୍ୟ ସମାଜର ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା ।