ଛାମୁଣ୍ଡିଆ ବନ ବିଭାଗ ତରଫରୁ ମା’ ବାଟ ପନ୍ଥେଇଙ୍କ ପୀଠ ସଫେଇ


ଗଣିଆ,(ବିଶ୍ୱରଂଜନ ସେଠି) ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗର ଛାମୁଣ୍ଡିଆ ବନାଂଚଳ ପକ୍ଷରୁ ଶୁକ୍ରବାର ଦିନ ମା’ ବାଟ ପନ୍ଥେଇଙ୍କ ପୀଠ ସଫେଇ କରାଯାଇଛି । ବନାଂଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ତତ୍ୱାବଧାନରେ ବନ କର୍ମଚାରୀମାନେ ସଫେଇ କରିଥିଲେ । ଚଳିତ ବର୍ଷ ମା’ ବାଟ ପନ୍ଥେଇଙ୍କ ବାର୍ଷିକ ଉତ୍ସବରେ ପଡ଼ି ରହିଥିବା କୁଢ କୁଢ ଅଳିଆ ଅବର୍ଜନାରୁ ପୀଠ ପରିସର ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା । ସୁଚନା ଥାଉକି ବଡ଼ସିଲିଙ୍ଗା ପଂଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାଟପନ୍ଥେଇଙ୍କ ପୀଠକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରତିଦିନ ଆସିଥାନ୍ତି । ତେବେ ଏହି ପୀଠର ସ୍ୱଚ୍ଛତା ରଖିବା ପାଇର୍ ବନ୍ୟପ୍ରାଣୀ ବିଭାଗ ଦ୍ୱାରା କରାଯାଇଥିବା ଏହି ସ୍ୱଚ୍ଛ ଭାରତ ଅଭିଯାନକୁ ସାଧାରଣରେ ପ୍ରଶଂସା କରାଯାଇଛି ।