ଜଗତସିଂହପୁର ଜ଼ିଲ୍ଲା ମା ସାରଳା ଟେଣ୍ଡ ହାଉସ ମାଲିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ଜଗତସିଂହପୁର ତା =29/8/25ଜଗତସିଂହପୁର ଜ଼ିଲ୍ଲା ମା ସାରଳା ଟେଣ୍ଡ ହାଉସ ମାଲିକ ସଂଘ ର ସଦସ୍ୟ ତଥା ବାଲିକୁଦା କଣିଆ ସ୍ଥିତ ପାର୍ବତୀ ଡେକୋରେଟର ଆଣ୍ଡ ସପ୍ଲାୟର୍ସର ମାଲିକ ପ୍ରଭାକର ସାହୁ ଙ୍କ ର ହଠାତ ଦେହ ଅସୁସ୍ଥ ହେବାରୁ କଟକ ବଡ଼ ଡାକ୍ତର ଖାନରେ ଚିକିତ୍ସା ହେଉଥିବା ବେଳେ ସେଠାରେ ପ୍ରଭାକର ମୃତ୍ୟୁ ବରଣ କରିଥିଲେ |ପ୍ରଭାକର ଙ୍କ ମୃତ୍ୟୁ ରେ ଉକ୍ତ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଥିଲା | ପ୍ରଭାକର ଙ୍କ ପତ୍ନୀ ଉଷାରାଣି ସାହୁ ଏବଂ ଏକ ମାତ୍ର ପୁଅ ମନୋଜ କୁମାର ସାହୁ ପ୍ରଭାକର ଙ୍କୁ ହରାଇ ଦୁଃଖ ରେ ଭାଙ୍ଗି ପଡ଼ିଥିଲେ | ପ୍ରଭାକର ଙ୍କ ଜନ୍ମମାଟି ନିଜ ଗାଁ କଣିଆ ଠାରେ ଏକାଦଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜ଼ିଲ୍ଲା ମା ସାରଳା ଟେଣ୍ଡ ହାଉସ ମାଲିକ ସଂଘ ଜ଼ିଲ୍ଲା ସଭାପତି ସମାଜସେବୀ ମଧୁ ସୁଦନ ସାହୁ, ଉପଦେଷ୍ଟା ଦିଲ୍ଲୀପ କୁମାର ମହାନ୍ତି, କାର୍ଯ୍ୟକାରୀ ସଭ୍ୟ ଧୀରିଆ ନନା, ସୁକାନ୍ତ ପଣ୍ଡା, ମାୟାଧର ପରିଡା, ଶହ ସମ୍ପାଦକ ଅଲେଖ ବିଶୋଇ, ଗଣେଶ ପାଲ, ବିନୋଦ ଦାସ, ଅଭିମନ୍ୟୁ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହିତ ପ୍ରଭାକର ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣକରି ସ୍ବର୍ଗତ ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାଥନା କରିଥିଲେ |ଏହା ପରେ ମା ସାରଳା ଟେଣ୍ଡ ହାଉସ ମାଲିକ ସଂଘ ପକ୍ଷରୁ ପ୍ରଭାକର ଙ୍କ ପତ୍ନୀ ଉଷାରାଣି ଙ୍କୁ ଜ଼ିଲ୍ଲା ସଭାପତି ମଧୁ ସୁଦନ ସାହୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ