ତୁର୍କା ଗାଁ ଗାଡ଼ୱାଲ ନିର୍ମାଣ କାମରେ ଅନିୟମିତତା ବାଲି ମିଳୁନାହିଁ ବୋଲି ବ୍ୟବହାର ହେଉଛି କ୍ରସର ଗୁଣ୍ଡ ।

କଳାହାଣ୍ଡି,ଶେଖର ସୁମନ ଦାଶ (HR TV ଓଡ଼ିଆ) ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତ ତୁର୍କା ଗାଁକୁ ସଂଯୋଗ ହେଉଥିବା ଆର୍ଡି ରାସ୍ତାର ଦୁଇ ପାର୍ଶ୍ଵରେ ନିର୍ମାଣ ହେଉଥିବା ଗାଡ଼ୱାଲ କାମ ଅନିୟମିତତା ହେଉଥିବା ଦେଖୁବାକୁ ମିଳିଛି।ନୂତନ ଭାବେ ନିର୍ମାଣ ହେଉଥିବା ଗାଡ଼ୱାଲ କାମରେ ବାଲି ନମିଳିବାରୁ ବାଲି ବଦଳରେ କ୍ରସର ଗୁଣ୍ଡ ବ୍ୟବହାର ହେଉଥିବା ବେଳେ ଗାଡ଼ୱାଲ ସ୍ଥାୟୀତ୍ୱକୁ ନେଇ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ ବ୍ଳକ ଲାଞ୍ଜି ପଞ୍ଚାୟତ ଯୁବା ଗାଁ ଛକ ଠାରୁ ତୁର୍କା ଗାଁ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ହୋଇ ଗତ ୨୦୨୪ ମସିହା ମେ ମାସରେ କାମ ଆରମ୍ଭ ହୋଇଥିଲା।ଯୁବା ଗାଁ ଛକ ଠାରୁ ତୁର୍କା ଗାଁ ପର୍ଯ୍ୟନ୍ତ ଏହି ୭ କି:ମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭବାନୀପାଟଣା ଏକ ଠିକାଦାରଙ୍କୁ ଦାଇତ୍ୱ ଦିଆଯାଇଥିଲା। ଏହି ରାସ୍ତାରେ ୩ ଟି ବ୍ରିଜ ସହିତ ୮ ଟି କଲଭଟ ରହିଥିବା ବେଳେ ବ୍ରିଜ ଓ କଲଭଟ ନିର୍ମାଣ କାମ ସରିଛି। ବର୍ତ୍ତମାନ ବ୍ରିଜ ଓ କଲଭଟ ଦୁଇ ପାର୍ଶ୍ଵରେ କଂକ୍ରିଟ କାମ ଓ ରାସ୍ତାର ପିଚୁ କାମ ରହିଛି।ବର୍ତ୍ତମାନ ରାସ୍ତାର ଦୁଇ ପାର୍ଶ୍ଵରେ ବିଭିନ୍ନ ସ୍ଥାନରେ ପ୍ରାୟ ୩ କି:ମି ଗାଡ଼ୱାଲ ନିର୍ମାଣ କାମ ଚାଲିଛି।କିନ୍ତୁ ଗାଡ଼ୱାଲ କାମ ଆରମ୍ଭରୁ ଅନିୟମିତତା ଦେଖିବାକୁ ମିଳିଛି।ଅଞ୍ଚଳରେ ବାଲି ମିଳୁନାହିଁ କହି ଚିପ୍ସ,ସିମେଣ୍ଟ ଏବଂ କ୍ରସର ଗୁଣ୍ଡ ମିଶାଇ ରାସ୍ତାର ଦୁଇ ପାର୍ଶ୍ଵରେ ଗାଡ଼ୱାଲ ନିର୍ମାଣ କାମ ଚାଲିଛି।କାମ ସ୍ଥାନରେ ଦାଇତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଅନୁପସ୍ଥିତି ରହୁଥିବାବେଳେ ମେଟ କେବେ କେମିତି ରହୁଛି। ଏନେଇ ଗାଡ଼ୱାଲର ସ୍ଥାୟୀତ୍ୱକୁ ନେଇ ଗାଁ ଲୋକେ କାମ କରାଉଥିବା ମେଟ ଓ କାମ କରୁଥିବା ମିସ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଠିକାଦାର ବାଲି ନମିଳିବା ଯୋଗୁଁ କ୍ରସର ଗୁଣ୍ଡ ମିଶାଇ କାମ କର କହିବାରୁ ଆମେ କାମ କରୁଛୁ ବୋଲି ଗ୍ରାମବାସୀ ନିକଟରେ ପ୍ରକାଶ କରିଛନ୍ତି।କାମ ଆରମ୍ଭ ପୂର୍ବରୁ ରାସ୍ତାରେ ସୂଚନା ଫଳକ ଲାଗିବା କଥା।କିନ୍ତୁ କୋଟି କୋଟି ଟଙ୍କାର କାମ ଚାଲିଥିବା ବେଳେ ସୂଚନା ଫଳକ ନଥିବା ଯୋଗୁଁ ରାସ୍ତାର ଅଟକଳ ମୁଲ୍ୟ ଓ ଠିକାଦାର କିଏ ଜଣାପଡୁନାହିଁ।ଏନେଇ ଲାଞ୍ଜିଗଡ଼ ବ୍ଲକ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅସିତ ଖଟୁଆକୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ କଲଟି ଗ୍ରହଣ କରି ନ ଥିଲେ।ଏନେଇ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ଗାଡ଼ୱାଲ କାମରେ ବାଲି ବଦଳରେ କ୍ରସର ଗୁଣ୍ତ ନମିସାବା କଥା।କନିଷ୍ଠ ଯନ୍ତ୍ରୀ କିମ୍ବା ଏସ୍ଡିଓ ମୋ କଥା ଶୁଣୁନାହାଁନ୍ତି।ଠିକାଦାର କଥାରେ ଚାଲିଛନ୍ତି।ବର୍ତ୍ତମାନ ତୁର୍କା ଗାଁ ଲୋକେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ନିର୍ମାଣ ପାଇଁ ସାମଗ୍ରୀ ନେଇ ପାରୁନାହାନ୍ତି।ନିର୍ମାଣ କଲଭଟ ଦୁଇ ପାର୍ଶ୍ଵରେ ମାଟି ପକାଇଲେ ଗାଁକୁ ସାମଗ୍ରୀ ଯିବ ବୋଲି ଜିଲ୍ଲା ପାଳଙ୍କ ନିକଟରେ ମଧ୍ୟ ଯନ୍ତ୍ରୀ ଓ ଏସଡିଓଙ୍କୁ କହିଛି।ନିମ୍ନ ମାନର କାମ ଯୋଗୁଁ କାଳେ ଭୁଶୁଡ଼ି ଯିବ ବୋଲି ମୋ କଥାକୁ ଶୁଣୁନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି।