ଦୁଇ ଜହର ମାଫିଆଙ୍କୁ ଗିରଫ କଲା ଭଣ୍ଡାରିପୋଖରୀ ପୋଲିସ
ଭଣ୍ଡାରିପୋଖରୀ,୧୦/୦୧ : ଭଣ୍ଡାରିପୋଖରୀ ଆଖୁଆପଦା ଅଞ୍ଚଳରୁ ଭଣ୍ଡାରିପୋଖରୀ ପୋଲିସ୍ ସୂଚନା ପାଇ ଥାନା ଅଧିକାରୀଣୀ ରାଜଲକ୍ଷ୍ମୀ ନାୟକ ଚଢ଼ଉ କରି ଦୁଇ ଯୁବକକୁ ଉଠାଇ ଆଣିଥିଲେ। ଦୁଇ ଜଣ ଯୁବକ କୁଆଖିଆ ଅଞ୍ଚଳ ର ମଧୁବନ ଗ୍ରାମର ତାପସ ଗିରି(୨୮) ଓ ସୁଧାଂଶୁ ପ୍ରଧାନ (୨୩) କୃଷ୍ଣପଡା ଗ୍ରାମର ବୋଲି ଜଣାପଡିଛି। ସେମାନଙ୍କ ପାଖରୁ ୮.୫ ଗ୍ରାମ ର ଜହର ବାହାରିଥିବା ସୂଚନା ମିଳିଛି ଏବଂ କେସ ନଂ( ୧୨) ଅନୁଯାଇ ସବ୍ଇନ୍ସପେକ୍ଟର ଗଣନାଥ ସେଠୀଙ୍କ ତତ୍ତ୍ଵବଧାନରେ କୋର୍ଟ ଚାଲାଣ କରାଯାଇଛି।