ପାନାବେଡା ଆଞ୍ଚଳିକ କୌଶଲ୍ୟା ସମାଜର ନବ ବର୍ଷର ଭେଟଘାଟ
ଚନ୍ଦାହାଣ୍ଡି – ତା ୧୦/01( ନି:ପ୍ର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଠାରେ ପାନାବେଡା ଆଞ୍ଚଳିକ କୌଶଲ୍ୟା ସମାଜର ନୂତନ ବର୍ଷ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୌଶଲ୍ୟା ସମାଜ ଚାରିଗଡ଼ ସମାଜ କୁଳପତି ମସ୍ତୂରାମ ବଗର୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟଵକ୍ତା ରୂପେ ରମେଶ ଯାଦବ, ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ,ଝରିଗାଁ ବିଧାୟକ ନରସିଂହ ଭତରା,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କଳାହାଣ୍ଡି ଅଞ୍ଚଳରୁ ସମାଜସେବୀ ତଥା ଅଧିଵକ୍ତା ମନବୋଧ ବାଘ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ପୂର୍ବତନ ସରପଞ୍ଚ କେଦାର ମାଝୀ, ପବନ ସିଂ ଯାଦବ, ପ୍ରତାପ ବାଘ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଆଜି ଯାଦବ ସମାଜ ର ସମସ୍ତ ବନ୍ଧୁବର୍ଗ କୌଶଲ୍ୟା ସମାଜ ର ଆରାଧ୍ୟ ଦେବତା ଶ୍ରୀକୃଷ୍ଣ ଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ପ୍ରାରମ୍ଭ କରିଥିଲେ l

ଆଜିର ଏହି ସଭାରେ ସାମାଜରେ ବସବାସ କରୁଥିବା ଲୋକଙ୍କ ହକ ଓ ଅଧିକାର ପାଇଁ ସମ୍ମିଳିତ ହୋଇ ଲଢ଼ିବା ସହ ବର୍ତ୍ତମାନ ସରକାର ଦେଶରେ ଓ ବି ସି ବର୍ଗ କେନ୍ଦ୍ରରେ ୫୪ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ୫୨ ପ୍ରତିଶତ ରହୁଛନ୍ତି ତେବେ ସରକାର ଓବିସି ବର୍ଗଙ୍କୁ ସରଂକ୍ଷଣ ” ଯାହାର ଯେତେ ଜନ ତାହାଙ୍କ ସେତେ ସରଂକ୍ଷଣ” ନଦେଇ ୧୧. ୨୫ପ୍ରତିଶତ କରିବାକୁ ଯିବା ଆମ ଓବିଶି ବର୍ଗଙ୍କ ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରିବା ଉପରେ ସାମାଜିକ କର୍ମୀମାନେ ଜୋର ବର୍ଷିଥିଲେ l ଛତିଶଗଡ ସର୍ବ ଯାଦବ ସମାଜ ସଭାପତି ରମେଶ ଯାଦବ ଇତାୱା କଥାବାଚକ କାଣ୍ଡ ରେ ସବର୍ଣ୍ଣ ସମାଜର ବ୍ୟକ୍ତିମାନେ କୃଷ୍ଣ କଥା ତଥା ଭାଗବତ କଥା ଶୁଣାଉଥିବା ବେଳେ ସେମାନଙ୍କୁ ସର୍ବସମ୍ମୁଖରେ ନଣ୍ଡା କରି ଏକ ସବର୍ଣ୍ଣ ସମାଜର ମହିଳାର ମୂତ୍ର କୁ ସିଞ୍ଚନ କରି ଅପମାନିତ କରାଯାଇ ଥିଲା ତେବେ ଏହା କିଭଳି ହିନ୍ଦୁ ଧର୍ମ ? ଆମର କଥା ବାଚକ ମାନେ ବି ହିନ୍ଦୁ ଆମେ ବି ହିନ୍ଦୁ ତେବେ ସବର୍ଣ୍ଣ ସମାଜର ବ୍ୟକ୍ତି ମଧ୍ୟ ଯଦି ହିନ୍ଦୁ ତେବେ ଆମ ଯାଦବ ସମାଜର ଜଣେ ଭାଇ କଥାବାଚକ ହେଲେ ତାଙ୍କ ଉପରେ ମୂତ୍ର ସିଞ୍ଚନ କରିବା କେତେ ଦୂର ଯୁକ୍ତିଯୁକ୍ତ, ତେବେ ସେମାନେ କେଉଁ ହିନ୍ଦୁ ଓ ଆମେ କେଉଁ ହିନ୍ଦୁ ବୋଲି ପ୍ରଶ୍ନ ଉଠାଇ ସମାଜକୁ ଜାଗୃତି କରିଥିଲେ l ସମ୍ମାନିତ ଅତିଥି ରମେଶ ଚନ୍ଦ୍ର ମାଝୀ କୌଶଲ୍ୟା ସମାଜ ସହିତ ମୁଁ ରହିଛି ଓ ସେମାନେ ବି ଆମ ସହିତ ଅଛନ୍ତି ତେବେ ସମାଜର ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ ରହିବାକୁ ପଡ଼ିବ ବୋଲି କହିଥିଲେ l ସେହିଭଳି ଛତିଶଗଡ଼ ଯାଦବ ସମାଜ ମହିଳା ସଭାନେତ୍ରୀ ଧନମତି ଯାଦବ ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେବା ସହ ମାଆ ଭଉଣୀ ମାନେ ପଢ଼ନ୍ତୁ ଆଗକୁ ବଢ଼ନ୍ତୁ ବୋଲି କହି ମହିଳା ମାନେ ସବୁବେଳେ ସାମାଜିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢିବା ନିହାତି ଆବଶ୍ୟକ, ନଚେତ ମାଆ ମାନେ ସାହାସିକତା ର ସହ କିଛି କରି ପାରିବେ ନାହିଁ ବୋଲି କହିଥିଲେ l ତେବେ ଆଜି ଝରିଗାଁ ବିଧାୟକ ବିଧାୟକ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରି ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଦରକାର ପଡିଲେ ଆହୁରି ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ l ଆଜି ଗଣ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଜଣେ ସଚେତନ ନାଗରିକ ରୂପେ ସମ୍ମାନିତ ଅତିଥିଭାବେ ମଞ୍ଚାସିନ କଳାହାଣ୍ଡି ସମାଜସେବୀ ରାଜ୍ୟଭିତିକ ନିଯୁକ୍ତି ବଦଳରେ ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବା ସହ ସୁଭଦ୍ରା ସହାୟତା ରାଶି ପାଞ୍ଚ ବର୍ଷରେ ପଚାଶ ହଜାର ନଦେଇ ଏକାଥରକେ ପଚାଶ ହଜାର ଟଙ୍କା ଦେବା ନେଇ ସଭା ମାଧ୍ୟମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସହ ଏସ ସି ଏସ ତି ଙ୍କ ଭଳି ଆମ ଯାଦବ ସମାଜର ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ଦିଆଯାଉ ଓ ବିଦ୍ୟାଳୟ ରେ ପଢିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ପ୍ରଦାନ କରିଵାକୁ ଦୃଷ୍ଟି ଆକର୍ଷଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ କୁ ସମାଜର ଲଛୀନ ବାଘ, ତ୍ରିନାଥ ଗୋପାଳ, ଅଭିରାମ ଗୌଡ଼, ତୁଳସୀ ରାମ ଗୌଡ଼, ସମେତ ସମାଜର ବହୁ କର୍ମକର୍ତ୍ତା ଯୋଗଦେଇ ସହଯୋଗ କରିଥିଲେ l