ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ।ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ

 ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡା ରହିବ ।ଦଣ୍ଡ ବିଧାନ ହାର ପୂର୍ବରୁ 5 କି 7 ପ୍ରତିଶତ ଥିଲା ତାହା ଏବେ 40 ପ୍ରତିଶତରେ ପହଂଚିଲାଣି। ଦଣ୍ଡବିଧାନ ହାର ବଢିଛି। ଦୈନିକ ରିପୋର୍ଟ ସମୀକ୍ଷା କରାଯିବ ସେ ଆଡକୁ ବି ସରକାର ଯାଉଛନ୍ତି। ପ୍ରଫେସନାଲ କ୍ରିମିନାଲ ହୁଅନ୍ତୁ କି ଅକେଜନାଲ କ୍ରିମିନାଲ କାହାକୁ ଛଡା ଯିବନି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ।