ବିଜେପି କର୍ମୀ ଙ୍କ ଦ୍ୱାରା ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ ଶେଖର ସୁମନ ଦାଶ,
କଳାହାଣ୍ଡି (HR TV ଓଡ଼ିଆ).କିଛି ଦିନତଳେ ବିହାର ରାଜ୍ୟର ଦରଭଙ୍ଗା ଠାରେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ତାଙ୍କ ମା ଙ୍କ ଉଦେଶ୍ୟ ରେ ଅଶାଳୀନ ମନ୍ତବ୍ୟ ଓ ଅସଭ୍ୟ ଭାଷା ପ୍ରୟୋଗ କରି ଥିବା ଅଭିଯୋଗ ରେ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏହାର ତୀବ୍ର ପ୍ରତିକାର ରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭାରତୀୟ ଜନତା ପାର୍ଟି ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ଓ ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ବିଶ୍ୱନାଥ ପୁର ବିଜେପୁର ଛକରୁ ବିଜେପି କର୍ମୀ ମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ନେଇ ବ୍ଲକ ଛକ ପର୍ଯ୍ୟନ୍ତ ନେଇ ଦାହ କରି ଥିଲେ l ଏହି କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ ମଣ୍ଡଳ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସାହୁ,ବିଜେପି ବରିଷ୍ଠ ନେତା ଲକ୍ଷ୍ମୀ ଧର ସନ୍ତୋଷ ରାୟ,ଅନନ୍ତ ପ୍ରଧାନୀ, ତ୍ରିନାଥ ପାତ୍ର,ରବି ସିଂ, ଉମା ରାଜୁ, ସୁଶାନ୍ତ ଗଉଡ଼,ଫlଲ୍ଗୁନୀ ସାହୁ, ପବିତ୍ର ବାଗ, କୃଷ୍ଣ ମାଝୀ ସମେତ ବିଜେପି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ