ବିଧାନସଭାରେ ବୋତଲ ଫିଙ୍ଗା ଓ ମାରପିଟ୍‌

ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ସମୟରେ ବିଜେପି ବିଧାୟକ ଏବଂ ମାର୍ଶାଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ବିଜେପି ବିଧାୟକ ଏବଂ ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ସମେତ ପାଞ୍ଚ ଜଣ ବିଧାୟକଙ୍କୁ ଗୃହର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା, ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଭାଜପା ବଙ୍ଗଳା ବିରୋଧୀ। ସେମାନେ ଗୃହରେ ବଙ୍ଗଳାର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଆଲୋଚନା କରିବାକୁ ଚାହାଁନ୍ତି ନାହିଁ। ଭାଜପା ଦୁର୍ନୀତିଗ୍ରସ୍ତ ଏବଂ ଭୋଟ ଚୋରଙ୍କ ଦଳ। ବଙ୍ଗଳାରେ ନିଶ୍ଚିତ ଭାବରେ ଏପରି ଏକ ଦିନ ଆସିବ, ଯେତେବେଳେ ବଙ୍ଗଳା ବିଧାନସଭାରେ ଜଣେ ବି ଭାଜପା ବିଧାୟକ ବସିବେ ନାହିଁ। ଲୋକମାନେ ଭାଜପାକୁ ଭୋଟ ଦେବେ ନାହିଁ। ମୋଦି ଏବଂ ଅମିତ ଶାହଙ୍କ ନେତୃତ୍ୱରେ କେନ୍ଦ୍ରରେ ଭାଜପା ସରକାରର ଖୁବଶୀଘ୍ର ପତନ ହେବ। ଶୁଭେନ୍ଦୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ଏବଂ ତାଙ୍କ ପ୍ରଶାସନ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା କହିବା ପରେ ବିଧାନସଭାରେ ହଙ୍ଗାମା ଆରମ୍ଭ ହୋଇଥିଲା । ସେ କହିବା ଆରମ୍ଭ କରିବା ମାତ୍ରେ ବିଜେପି ବିଧାୟକମାନେ ସ୍ଲୋଗାନ ଦେବା ଆରମ୍ଭ କରିଦେଲେ। ଏହା ପରେ ଟିଏମସି ବିଧାୟକମାନେ ମଧ୍ୟ ସ୍ଲୋଗାନ ଦେବା ଆରମ୍ଭ କଲେ।

କେବଳ ଏତିକି ନୁହେଁ, ବିଧାନସଭାରେ ବୋତଲ ମଧ୍ୟ ଫିଙ୍ଗାଯାଇଥିଲା । ଏହା ୧ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଥିଲା ଏହା ପରେ, ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ସ୍ଲୋଗାନ ଦେବା ଏବଂ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବିଜେପି ବିଧାୟକମାନଙ୍କୁ ନିଲମ୍ବିତ କରିଥିଲେ ।