ବିଶ୍ଵନାଥପୁର ଠାରେ ନୂତନ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ
HR TV ଓଡ଼ିଆ/କଳାହାଣ୍ଡି (ଶେଖର ସୁମନ ଦାଶ):ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଗୁରୁବାର ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହୋଇଯାଇଛି। ବିଶ୍ଵନାଥପୁର ଠାରେ ପ୍ରଥମ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଭାବେ ରଥନିର୍ମାଣ ପାଇଁ କାଠ ଅନୁକୂଳ ହୋଇଯାଇଛି। ଶ୍ରୀପଞ୍ଚମୀ ତିଥିରେ ଦେବାଦେବୀଙ୍କ ଆବହନ ପରେ ପରମ୍ପରା ଅନୁସାରେ ରଥ ନିର୍ମାଣ ସକାଶେ ରଥକାଠର ଅନୁକୂଳ ପୂଜା ସମ୍ପନ୍ନ ହୋଇଛି। ବିଶ୍ଵନାଥପୁର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ହୋଇଥିବା ଅନୁକୂଳ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଶ୍ରୀ ଜଗନ୍ନାଥ ସମିତିର ସଭାପତି ପ୍ରଦୀପ କୁମାର ଘଡେଇ ଏବଂ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଘଡେ଼ଇ କର୍ତ୍ତା କାର୍ଯ୍ୟ ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ କୈଳାଶ ଦାସ, ରୁନୁ ପାଢ଼ୀ, ପ୍ରଶାନୁ ଦାସ, ମାନ ଶତପଥି, ଅନନ୍ତି ପ୍ରସାଦ ପଣ୍ଡା, କାହ୍ନୁା କର, ଯତୀନ୍ଦ୍ର ନନ୍ଦ, ନିରୋଜ ଦାସ, ପ୍ରବୀଣ ଦାସ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।

ଏଥିରେ ଉପସଭାପତି ତରୁଣ କୁମାର ଦାସ,
ସମ୍ପାଦକ ମନୋରଞ୍ଜନ ବିଶି, ସହସମ୍ପାଦକ ଅଜିତ ପ୍ରଧାନୀ, କୋଷାଧ୍ଯକ୍ଷ ଅଚ୍ୟୁତ ଘଡେଇ, ସହ କୋସାଧ୍ୟକ ଧବଳେଶ୍ବର ଠେଲା, ବରିଷ୍ଠ ନାଗରିକ ବଳରାମ ବେହେରା, ଖଗେଶ୍ବର
ଦଣ୍ଡସେନା,ମନୋହର ହରପାଳ ଫକୀର ପ୍ରଧାନୀ,ବଟକୃଷ୍ଣ ପୃଷ୍ଟି, କିଶୋର ହରପାଳ,ବନ ଦଳାଇ,ବାଲାଜୀ ପାତ୍ର ବବୃ ଘଡେ଼ଇଙ୍କ ସମେତ ଅଞ୍ଚଳର ସମସ୍ତ ଗ୍ରାମର ଗୌନ୍ତିଆ ଉପସ୍ଥିତ ଥିଲେ।
ରଥ କାଠ ପାଇଁ ସ୍ଥାନୀୟ ଶାଳ ଗଛ କଟା ସରିଲା ପରେ ସେହି ଗଛ ନେଇ ସଂକିର୍ତ୍ତନ ମଣ୍ଡଳୀ,ଘଣ୍ଟ ସହିତ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା।ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପଡୋଶୀ ଜିଲ୍ଲା ରାୟଗଡା ତଥା କନ୍ଧମାଳ ଜିଲ୍ଲାରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା। ଏଥିରେ ବିଶ୍ଵନାଥପୁର ଜଗନ୍ନାଥ ସେବା ସମିତିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ ଥିଲେ।