ବୃଦ୍ଧା ମାକୁ ମାରିବା ଘଟଣାରେ ପୁଅକୁ କୋର୍ଟ ଚାଲାଣ
ଗଣିଆ : (ବିଶ୍ୱରଂଜନ ସେଠି)ନୟାଗଡ ଜିଲା ଗଣିଆ ଥାନା କରଡାପଡା ପଞ୍ଚାୟତ କଳାଶିମିଳି ଗ୍ରାମରେ ଶନିବାର ଦିନ ବୃଦ୍ଧା ମାକୁ ମାରିଥିବା ମାତୃହନ୍ତା ପୁଅକୁ ରବିବାର ଦିନ କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ସୁଚନଥାଉକି କଳାଶିମିଳି ଗ୍ରାମର ରବିନ୍ଦ୍ର ବାରିକୀଙ୍କ ସ୍ତ୍ରୀ ସୁକାନ୍ତି ଦେଇ(୫୨)ଙ୍କୁ ତାଙ୍କ ଏକମାତ୍ର ପୁଅ କୁନା ବାରୀକି ବାଡ଼େଇ ମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ । ବାପା ଖଣ୍ଡପଡ଼ାକୁ କାମ କରିବା ପାଇଁ ଯାଇଥିବା ବେଳେ ପୁଅ ବିଭିନ୍ନ ସମୟରେ ମାକୁ ମାରଧର କରୁଥିଲା । ଏପରିକି ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ତରଫରୁ ସମାଧାନ ମଧ୍ୟ କରୁଥିଲେ । କିନ୍ତୁ ପୁଅ ସବୁବେଳେ ମଦ ପିଇ ମା ସହିତ ପାଟିତୁଣ୍ଡ କରୁଥିଲା । ଶୁକ୍ରବାର ଦିନ ମାଆକୁ ବାଡେଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଏପରିକି ସନ୍ଧ୍ୟା ବେଳେ ମାଆକୁ ଘରକୁ ଠେଲି ଠେଲି ନେଇ କବାଟ ଭିତର ପଟୁ ବନ୍ଦ କରି ଦେଇଥିଲା । ସକାଳୁ କବାଟ ନ ଖୋଲିବାରୁ ଗ୍ରାମବାସୀ ସନ୍ଦେହ କରି ଗଣିଆ ଥାନାକୁ ଖବର ଦେଇଥିଲେ । ଖବର ପାଈ ଘଟଣା ସ୍ଥଳରେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା , ଏ ଏସ ଆଈ ସାହା ଆଲାମ୍ ଖାଁ ଓ ପୁଲିସ କର୍ମଚାରୀ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ କରିଥିଲେ ।ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ ।ତେବେ ଗଣିଆ ଥାନା ତତଫରୁ କେସ ନମ୍ବର ୩/୨୬ରେ ଏକ ମାମଲା ରୁଜୁ କରି ରବିବାର ଦିନ ଅପରାହ୍ନ ରେ ଦଶପଲ୍ଲା କୋର୍ଟକୁ ସ୍ଥାନାନ୍ତରିତ କରିଥିବା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା କହିଛନ୍ତି ।