ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚାଷୀ ମେଳା।

ଭଣ୍ଡାରିପୋଖରୀ,୧୧/୧୧(ନିପ୍ର): ଆଜି ଭଣ୍ଡାରିପୋଖରୀ କଲେଜ ପଡିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ବ୍ଲକ ସ୍ତରରେ ପ୍ରଥମ ଥର ପାଇଁ ସରକାର ପ୍ରାଣୀ ସମ୍ପଦ ଆୟୋଜିତ କରିଛନ୍ତି। ଚାଷୀ ପାଖରେ ସରକାରଙ୍କ ଯୋଜନା କିପରି ପହଞ୍ଚିବ ଏହି ମେଳାର ଉଦ୍ଦେଶ୍ୟ। ଚାଷୀ ସରକାର ସହାୟତା ନେଇ ନିଜେ ରୋଜଗାର ହେବା ସହିତ ରାଜ୍ୟ ଓ ଦେଶ ସମୃଦ୍ଧିର ସହାୟକ ହେବ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଯୋଗଦେଇ ସରକାରଙ୍କ ଏହି ପ୍ରୟାସ ଅଭିନବ ଓ ସୁଦୂର ପ୍ରସାରି ମଧ୍ୟ। ସରକାର ରଖିଥିବା ଲକ୍ଷ ଚାଷୀମାନେ ପୂରଣ କରିଲେ ଯୋଜନା ନିଶ୍ଚୟ ସଫଳ ହେବ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ ଯୋଗଦେଇ ଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ହୃଷିକେଶ ବେହେରା ଯୋଗଦେଇ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବାର୍ତ୍ତା ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ କର୍ମଚାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଜାନକୀ ବେହେରା ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ମଞ୍ଚଷିନ ଥିଲେ। ସଭାରେ ସଭାପତିତ୍ବ ଓ ସ୍ଵାଗତ ଭାଷଣ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଦେବ ପ୍ରକାଶ ସାହୁ ପ୍ରଦାନ କରିଥିଲେ। ସଫଳ ଚାଷୀମାନଙ୍କୁ ମାନପତ୍ର ସହ ସବ୍ ସିଡି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ସଂଯୋଜକ ଦାୟିତ୍ଵ ଦୁର୍ଯ୍ୟଧନ ଲେଙ୍କା ତୁଲାଇବା ସହିତ ସଭା ସାଙ୍ଗ ମଧ୍ୟ କରିଥିଲେ।