ମା’ ଚିରିଣୀ ପ୍ରିମିୟର ଲିଗଫାଇନାଲରେ ପ୍ରବେଶ କଲା ମଧ୍ୟଖଣ୍ଡ କ୍ରିକେଟ ଟିମ
ଗଣିଆ,(ବିଶ୍ୱରଂଜନ ସେଠି .) ଗଣିଆ ବ୍ଳକ ଅନ୍ତର୍ଗତ ୱାଲିପୁର ଖେଳପଡ଼ିଆରେ ଚାଲିଥିବା ମା’ ଚିରିଣୀ ପ୍ରିମିୟର ଲିଗର ୧ମ ସେ.ମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ଇନ୍ଦିପଟା କ୍ରିକେଟ ଟିମ ଓ ମଧ୍ୟଖଣ୍ଡ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଇନ୍ଦିପଟା କ୍ରିକେଟ କ୍ଳବ ଟସ ଉଇନ କରି ଫିଲଡିଂ କରିବାର ନିଷ୍ପତ୍ି ନେଇଥିଲା । ମଧ୍ୟଖଣ୍ଡ କ୍ରିକେଟ କ୍ଳବ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ବିନିମୟରେ ୧୮୩ରନ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ଇନ୍ଦିପଟା କ୍ରିକେଟ କ୍ଳବ ୧୪ ଓଭରରେ ସମସ୍ତ ଉଇକେଟ ହରାଇ ୧୧୮ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ସାମ୍ବାଦିକ ସଂଘର ସଭାପତି ତଥା ଆଡଭାନ୍ସ ଟ୍ୟୁଟୋରିଆଲର ପରିଚାଳକ ବିଶ୍ୱରଂଜନ ସେଠୀ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ପରିଚାଳନା କରିଥିଲେ ବରିଷ୍ଠ ଖେଳାଳୀ ବାଉରୀବନ୍ଧୁ ରାଉତ ଓ ନରୋତମ ଗଣ୍ଠିଆ । ଆସନ୍ତା କାଲି ୨ୟ ସେ.ମି.ଫାଇନାଲ ମ୍ୟାଚ କରଡ଼ାପଡ଼ା ଓ ଢୋଲମରା କ୍ରିକେଟ ଟିମରେ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି ।