ଯୁବକଙ୍କୁ ପିଟି ପିଟି ହତ୍ୟା ମାମଲା। କମେଣ୍ଟ ନୁହେଁ, ସୌମ୍ୟଙ୍କୁ ବାତ ମାରିଥିଲା…

ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ। ତେବେ ଏହାରି ଭିତରେ ପ୍ରତ୍ୟକ୍ଷଦର୍ଶୀ ଓମ୍ ପ୍ରକାଶଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି। ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଜାଣିଛନ୍ତି ଓମ୍ପ୍ରକାଶ। ସେ ପୁଲିସ୍କୁ କହିଛନ୍ତି, ଆମେ ପ୍ରାୟ ସାଢ଼େ ୧୦ଟା ବେଳେ ଘରୁ ବାହାରିଥିଲୁ ମେଡିସନ୍ ଦୋକାନକୁ। ସୌମ୍ୟରଞ୍ଜନଙ୍କର ଏକ ଇଂଜେକ୍ସନ୍ ଦରକାର ଥିଲା।ତୁରନ୍ତ ଇଞ୍ଜେକ୍ସନ ନେବାକୁ ହେବ ବୋଲି ସୌମ୍ୟରଞ୍ଜନ ତାକୁ କହିଥିଲା । ସେଥିପାଇଁ ଓମ୍‌ ପ୍ରକାଶ ସ୍ପିଡ ବାଇକ୍ ଚଳାଉଥିଲା। ଦୁର୍ଘଟଣାର ସ୍ଥଳରୁ ୧୦୦ ମିଟର ଦୂରରୁ ସୌମ୍ୟରଞ୍ଜନଙ୍କୁ ଫିଡସ୍ (ବାତ) ମାରିଥିଲା। ସୌମ୍ୟରଞ୍ଜନ କିଛି ଉପାୟ ନ ପାଇ ଗୋଟିଏ ହାତରେ ବାଇକ୍ ଓ ଅନ୍ୟ ହାତରେ ଓମପ୍ରକାଶଙ୍କ ବେକକୁ ଧରି ପକାଇଥିଲେ।

ଓମପ୍ରକାଶ ବିଚଳିତ ହୋଇପଡିଥିଲେ। ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ସୌମ୍ୟ। ଫଳରେ ରାମଚନ୍ଦ୍ରପୁର କାଳ ନିକଟରେ ସ୍କୁଟିରେ ଯାଉଥିବା ଦୁଇ ଜଣ ଯୁବତୀଙ୍କ ସହ ଧକ୍କା ହୋଇଥିଲେ । ସମସ୍ତେ ତଳେ ପଡିଯାଇଥିଲେ । ଜଣେ ସାମାନ୍ୟ ଓ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇଥିଲେ । ସାମାନ୍ୟ ଆହତ ହୋଇଥିବା ଯୁବତୀଙ୍କ ସହ ସୌମ୍ୟରଞ୍ଜନଙ୍କ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସୌମ୍ୟରଞ୍ଜନ ତାଙ୍କୁ ଧରି ପକାଇଥିଲେ । ତେବେ ଯୁବତୀ ଜଣଙ୍କ ଚିତ୍କାର କରିଥିଲେ। ଯୁବତୀଙ୍କ ଗାଁ ଲୋକ ଘେରି ଯାଇଥିଲେ। କୌଣସି ଲୋକ ଆମ କଥା ଶୁଣିବା ପରିସ୍ଥିତିରେ ନଥିଲେ। ପଶୁଙ୍କ ଭଳି ବାନ୍ଧି ପିଟି ପିଟି ହତ୍ୟା କରିଥିଲେ।