ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାମୂଲ୍ୟବୋଧ ସଂସ୍କାର ଓ ମାନବିକତା ଗଢିବା ହିଁ ପ୍ରକୃତ ଶିକ୍ଷାଉତ୍ତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ

ଗଣିଆ, (ବିଶ୍ୱରଂଜନ ସେଠି) ଗଣିଆ ବ୍ଲକସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜଣେ ଅଧ୍ୟାପକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସଲିଳା ସେଠୀଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ପଟନାୟକ, ଇଟାମାଟି କଲେଜର ଅଧ୍ୟକ୍ଷ ଅଭିମନ୍ୟୁ ସାହୁ, ଦଶପଲା ବିଏସ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ, ସୁବାଷ ଚନ୍ଦ୍ର ନାଏକ ଓ ଅବସରପ୍ରାପ୍ତ ସୋସିଓଲୋଜି ଅଧ୍ୟାପକ ନିହାର ରଂଜନ ପଣ୍ଡା, ନୟାଗଡ଼ ଜିଲ୍‌ା ପିଜିଟି ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ, ଓ ସମ୍ପାଦକ ପବିତ୍ର କୁମାର ବେହେରା, ବିଦାୟୀ ସଂସ୍କୃତ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର ଉପସ୍ଥିତ ଥିଲେ । ଅତିଥିମାନେ ରଘୁନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମହାବିଦ୍ୟାଳୟ ତରଫରୁ ଫୁଲତୋଡ଼ା ଓ ଉତରୀୟ ଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ବିଦାୟୀ ଅଧ୍ୟାପକ ଶ୍ରୀଯୁକ୍ତ ବଘାରଙ୍କ ଛାତ୍ର ବତ୍ସଳତା, କର୍ତବ୍ୟ ନିଷ୍ଠା ଓ ସମୟାନୁବର୍ତିତା ସମ୍ପର୍କରେ ସହକର୍ମୀ ଓ ଛାତ୍ରଛାତ୍ରୀମାନେ ବ୍ୟକ୍ତବ୍ୟ ରଖିଥିଲେ । ପରେ ବିଦ୍ୟାଳୟର ସହକର୍ମୀଙ୍କ ତରଫରୁ ଫୁଲତୋଡ଼ା, ଉପଢୌକନ ଓ ମାନପତ୍ର ଦେଇ ଶ୍ରୀଯୁକ୍ତ ବଘାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସୁଚନା ଥାଉକି ଶ୍ରୀଯୁକ୍ତ ବଘାର ୨୦୨୪ ମସିହାରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଂସ୍କୃତ ବିଭାଗରେ ଯୋଗଦେଇ ୨ବର୍ଷ ଧରି ଚେଷ୍ଟା, ନିଷ୍‌ଠା, ପରାକାଷ୍ଠା ଆଦର୍ଶ ଅନୁକରଣୀୟ, ଅନୁସରଣୀୟ ଛାତ୍ରବତ୍ସଳଭାବେ ବେଶ ପରିଚିତ ଥିଲେ । ସେ ଓପିଏସସି ଦ୍ୱାରା ଚୟନ ହୋଇ ରାଜେନ୍ଦ୍ର ମହାବିଦ୍ୟାଳୟ, ବଲାଙ୍ଗୀରରେ ସଂସ୍କୃତ ଅଧ୍ୟାପକଭାବେ ଯୋଗଦାନ କରିଛନ୍ତି । ତାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଶୋକାକୁଳ ପରିବେଶ ଭିତରେ ବିଦାୟ ଦେଇଥିଲେ ।