ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ରାଜ୍ୟ ବାହାରେ ଥିବା ମହିଳା ବି ଏବେ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ।ସୁଭଦ୍ରା ଯୋଜନାର ପଂଜିକରଣ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପଂଜୀକରଣ ପାଇଁ ଶେଷ ତାରିଖ ନାହିଁ ।

ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ପ୍ରତ୍ୟେକ ମହିଳା ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କାର ଭାଉଚର ପାଇବେ।

ସମସ୍ତ ହିତାଧିକାରୀ ପଂଜିକରଣ ଶେଷ ନ ହେବା ଯାଏଁ ପଂଜିକରଣ ବ୍ୟବସ୍ଥା ରହିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ। ସୁଭଦ୍ରା ଯୋଜନା ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ।ସୁଭଦ୍ରା ଫର୍ମ ବଂଟନରେ କୌଣସି ଅନିୟମିତତା ହେଲେ କଡା କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ସରକାର।ହିତାଧିକାରୀମାନେ ରାତି ଅନିଦ୍ରା ହୁଅନ୍ତୁ ନାହିଁ କିମ୍ବା ଲମ୍ବା ଧାଡ଼ିରେ ଛିଡ଼ା ହୁଅନ୍ତୁ ନାହିଁ।