ଶ୍ରୀ ମୋନୋଲିଥିକ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ କୁ ସ୍ଥାନୀୟ ଅଧିବାସୀମାନଙ୍କର ବିରୋଧ
ଭଣ୍ଡାରିପୋଖରୀ,୧୨/୧୧(ନିପ୍ର): ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଅନୁଷ୍ଠିତ ହୋଇଥିବା ସର୍ବ ସାଧାରଣ ଶୁଣାଣି ପ୍ରସ୍ତାବିତ ମିନି ଚାର୍ଜ କ୍ରୋମ ପ୍ଲାଣ୍ଟ କୁ ବିରୋଧ। ବ୍ଲକ ତଥା ଜିଲ୍ଲା ର ସବୁଠାରୁ ଭଲ ଧାନ ଅମଳ ହୋଇ ପାରୁଥିବା ଅଂଚଳ ରେ ପ୍ରସ୍ତାବିତ ମିନି ଚାର୍ଜ କ୍ରୋମ ପ୍ଲାଣ୍ଟର ସମ୍ପ୍ରସାରଣ କ୍ଷମତା ବାର୍ଷିକ ୧୮୫୦୦ ଟନ୍ ରୁ ୩୬୦୦୦୦ ଟନ୍ ଏବଂ ୨ଟି ୧୨ ଏମଭିଏ କ୍ଷମତା ବିଶିଷ୍ଟ ସବମର୍ଜନ ଆର୍କ ଫର୍ନେସ କୁ ବୁଦ୍ଧି ହେବାକୁ ଥିବା କମ୍ପାନୀକୁ ଭଣ୍ଡାରିପୋଖରୀ ତହସିଲ ପଡିଆରେ ଅନୁଷ୍ଠିତ ହୋଇଥିବା ଶିବିରରେ ସ୍ଥାନୀୟ ଲୋକଙ୍କର ବିରୋଧ ଦେଖିବାକୁ ମିଳିଥିଲା। ସେଥିରେ ହଜାର ହଜାର ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ରହି ଏହି ପ୍ରସ୍ତାବିତ ପ୍ରକଳ୍ପ ବାବଦରେ ଅଭିଯୋଗ କରିଥିଲେ। ପ୍ଲାଣ୍ଟ ଯୋଗୁ ଧାନ ଚାଷ ଗଭୀର ପ୍ରଭାବିତ ହେବା, ଭୁ ପୃଷ୍ଟ ଜଳ ଦୂଷିତ, ଭୁତଳ ଜଳ ସ୍ତର କମିବ ଓ ଉତ୍ତାପ ବୃଦ୍ଧି ଆଦି ଅନେକ କ।ରଣ ଦର୍ଶାଇଛନ୍ତି। ଉପସ୍ଥିତ ଚାଷୀ ମାନେ ବିରେନ୍ଦ୍ର ସାହୁ,ସନ୍ତୋଷ ସାହୁ, ରଜନୀକାନ୍ତ ଚନ୍ଦ, ବିଜୟ ଶଙ୍କର ମହାନ୍ତି, ପ୍ରଫୁଲ୍ଲ ଖଣ୍ଡାଇ,ସବିତା ଚାନ୍ଦ,ସତ୍ୟାନନ୍ଦ ମହାପାତ୍ର,ଲକ୍ଷ୍ମୀଧର ସାହୁ,ତ୍ରିଲୋଚନ ଦାଶ,ରମେଶ ଭାରତୀ ଓ ଗୁରୁ ପ୍ରସାଦ ଗିରି ସମେତ ଅନେକ ବରିଷ୍ଠ ଚାଷୀ ମାନେ ଉପସ୍ଥିତି ଥିଲେ।ଏହି ଅଭିଯୋଗ କୁ ଶ୍ରୀ ମୋନୋଲିଥିକ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶିକା ଏଶ୍ ଶୁଭଶ୍ରୀ ପ୍ରିୟଦର୍ଶିନୀ କୌଣସି ଚାଷୀ ମାନଙ୍କର ଅସୁବିଧା ନହେବା ଲାଗି ଧ୍ୟାନ ରଖିଚୁ ବୋଲି କହି ତାଙ୍କ ବକ୍ତବ୍ୟ ମାଧ୍ୟମରେ ଉତ୍ତର ରଖିଥିଲେ।
