ହବିଶିଆଳି ଙ୍କ ସୁଖ ଦୁଃଖ ରେ ଭାଗିଦାର ସାଜିଲେ ଉପ ଜ଼ିଲ୍ଲାପାଳ

ଜଗତସିଂହପୁର ତା =25/10/25ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ମହାକାର୍ତିକ ବ୍ରତ ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଦୀର୍ଘ ଏକ ମାସ ଧରି ବିଧବା ବ୍ରାହ୍ମଣୀ ମା ମାନଙ୍କ ଦ୍ୱାରା ହବିଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ଏହି କାର୍ଯ୍ୟକ୍ରମ ଙ୍କୁ ସୁପରିଚାଳନା ନିମନ୍ତେ ଦେବୋତର ବିଭାଗ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟି ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଗ୍ରାମର ମୁରବୀ , ସେବାୟତ ପରିଚାଳନା ଟ୍ରଷ୍ଟ ର କର୍ମକର୍ତା ମାନଙ୍କ ମଧ୍ୟ୍ୟ ରେ ସମନ୍ୱୟ ବୈଠକ ର ଆୟୋଜନ କରି ବିଭିନ୍ନ ସମସ୍ୟା ର ଆପସ ସମାଧାନ କରିଥିଲେ |

ଏହା ପରେ ଜ଼ିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୃଦ୍ଧା ମା ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିବା ସହିତ ସ୍ଵାସ୍ତ୍ୟ ପରୀକ୍ଷା କରିବା ନିମନ୍ତେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ସ୍ଵାସ୍ତ୍ୟ ପରୀକ୍ଷା କରାଇବା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା | ମନ୍ଦିର ଟ୍ରଷ୍ଟି ଉପ ଜ଼ିଲ୍ଲାପାଳ ଙ୍କ ମହତ କାର୍ଯ୍ୟ କୁ ଅଂଚଳବାସୀ ଭୃଇୟଶୀ ପ୍ରଶଂସା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ