୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ
ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ। ଏହା ପ୍ରଭାବରେ ୨୯ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ କନ୍ଧମାଳ ଓ ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଗତ ୨୪ ଘଣ୍ଟାରେ ବୈତରଣୀ ବେସିନ୍ କେନ୍ଦୁଝର ଓ ଝାଡ଼ଖଣ୍ଡରେ ୪୨.୫୭ମିମି ବର୍ଷା ହୋଇଛି । ଉପର ବ୍ରାହ୍ମଣୀରେ ୩୫ମିମି ବର୍ଷା ଓ ଉପର ମହାନଦୀରେ ୩୧ମିମି ବର୍ଷା ହୋଇଛି । ବଂଶଧାରା ଓ ବୁଢ଼ାବଳଙ୍ଗରେ ପାଣି ଅଧିକ ଥିଲେ ବି କମିଯିବ। ବୈତରଣୀରେ ଗତକାଲି ବର୍ଷା ହୋଇଛି ।