C3 ଅନୁଷ୍ଠାନ ଦ୍ୱାରା ଏକ୍ସପୋଜର ଭିଜିଟ୍ଗ

ଗଣିଆ (ବିଶ୍ୱରଂଜନ ସେଠି)ସୋମବାର ଦିନ ଗଣିଆ ବ୍ଲକ୍‌ ରାସଙ୍ଗ ପଞ୍ଚାୟତର ୧୬ ଜଣ କିଶୋରୀ ବାଳକ ଏବଂ ବାଳିକାଙ୍କୁ ନେଇ ସି୩ ଅନୁଷ୍ଠାନ ଦ୍ୱାରା ଏକ ଏକ୍ସପୋଜର ଭିଜିଟ୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଗଣିଆ ବ୍ଲକ୍ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ICDS) କାର୍ଯ୍ୟାଳୟ, ମିଶନ ଶକ୍ତି କାର୍ଯ୍ୟାଳୟ, ଗଣିଆ ଆଇ.ଟି.ଆଇ. ଫାର୍ମ ହାଉସ ଏବଂ ପୋଲିସ ଷ୍ଟେସନ ବୁଲି ପରିଦର୍ଶନ କରିଥିଲେ।ଗଣିଆ ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଛାତ୍ରୀମାନଙ୍କୁ ପାଠ ପଢି ଭବିଷ୍ୟତ ରେ କରିବାକୁ ଥିବା ବିଭିନ୍ନ ସରକାରୀ ଚାକିରି ଓ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗରକାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ।

ଗଣିଆ ବ୍ଲକର ଅଙ୍ଗନୱାଡି ସୁପରଭାଇଜର ଅଧିକାରିଣୀ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ଅଧିକାର ଓ ସୁରକ୍ଷା ସହ କିଶୋରୀ ବାଳିକା ମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଗଣିଆ ଆଇ.ଟି.ଆଇ.ର ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ଶିଳ୍ପ କାରଖାନାରେ ଲାଗୁଥିବା ଯନ୍ତ୍ର ଓ ଏହାକୁ ପରିଚାଳନା କରିବା ଦକ୍ଷତା ସମ୍ବନ୍ଧରେ ବିସ୍ତୃତ ଭାବେ ବିବରଣୀ ପ୍ରଦାନ କରିଥିଲେ।

ପରିଶେଷରେ ପୋଲିସ ଷ୍ଟେସନ ପରିଭ୍ରମଣ କରି ବିଭିନ୍ନ ଆଇନ ଏବଂ ଏହାର କାର୍ଯ୍ୟ ସହିତ ସଡକ ସୁରକ୍ଷା ବାଲ୍ୟବିବାହର କୁପରିଣାମ ବିଷୟରେ ଅଧିକ ଅବଗତ ହୋଇଥିଲେ।ଏହି କାର୍ଯ୍ୟକ୍ରମ C3 ଅନୁଷ୍ଠାନର ବ୍ଲକ୍ ସଂଯୋଜିକା ସ୍ଵାତିରେଖା ଦାସଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଦଶପଲ୍ଲା ବ୍ଲକ ସଂଯୋଜକ ସୁଭାଶିଷ ମିଷ୍ର ସହଯୋଗ କରିଥିଲେ। ଏହି ସାମାଜିକ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଏହାର ଜନସେବା ବିଷୟରେ ସଚେତନ କରାଇବା ସହ ସେମାନଙ୍କ ମନରୁ ବାହ୍ୟ ଦୁନିଆ ପ୍ରତି ଥିବା ଭୟ ଓ ଭ୍ରାନ୍ତ ଧାରଣା ଦୂର କରିବାରେ ସହାୟକ ହୋଇଥିଲା।