ଦେଶରେ ବଢିଲା କମର୍ସିଆଲ ଗ୍ୟାସ୍ ଦର।
କ୍ରମାଗତ ଦ୍ୱିତୀୟ ମାସ ଲାଗି କମର୍ସିଆଲ ଗ୍ୟାସ୍ (୧୯କି.ଗ୍ରା.) ଦରରେ ବୃଦ୍ଧି ଘଟିଥିବାବେଳେ ଘରୋଇ ଗ୍ୟାସ୍ (୧୪.୨କି.ଗ୍ରା.) ଦର ପୂର୍ବପରି ସ୍ଥିର ରହିଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୬୯୧.୫୦ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ଦର ୧୬୪୪ ଟଙ୍କା ହୋଇଥିବାବେଳେ କୋଲକାତାରେ ୧୮୦୨. ୫୦ ଟଙ୍କା ହୋଇଛି।
ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଗ୍ୟାସ୍ ବିପଣନକାରୀକମ୍ପାନୀଗୁଡ଼ିକ ପକ୍ଷରୁ ଚଳିତ ମାସର ନୂତନ ଦରସୂଚୀ (ନୂଆ ଦର) ରବିବାରଠାରୁ ଲାଗୁ ହୋଇଛି। ଏହି ସୂଚୀ ଅନୁଯାୟୀ ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୩୮ ଟଙ୍କା ବଢ଼ି ୧୮୪୧ ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ (ଗତ ମାସ) କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୧୮୦୩ ଟଙ୍କା ଥିଲାବେଳେ ଘରୋଇ ଗ୍ୟାସ (୧୪.୨କି.ଗ୍ରା.) ଦର ପୂର୍ବ ପରି ୮୨୯ ଟଙ୍କାରେ କାରବାର ହେଉଛି।
