ଷ୍ଟାଫନର୍ସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା , ରୋଗୀ ସେବା ଈଶ୍ବରଙ୍କ ସେବା

ଗଣିଆ, (ବିଶ୍ୱରଂଜନ ସେଠି) : ଗଣିଆଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରପରିସରରେ କାର୍ଯ୍ୟରତ ଷ୍ଟାଫ ନର୍ସଙ୍କଅବସରକାଳୀନ ସମ୍ବନ୍ଧନା ସଭାଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଅଧିକାରୀ ମଧୁସୂଦନ ଦାସ, ଡାକ୍ତରପ୍ରଭାକର ଦାଶ, ଡାକ୍ତର ସୁନିଲକୁମାର ଦଳାଇ, ଡାକ୍ତର ରଜତକୁମାର ପଣ୍ଡା, ଡାକ୍ତର ରାଜେନ୍ଦ୍ରପ୍ରସାଦ ଦଳେଇ, ଅବସରପ୍ରାପ୍ତଷ୍ଟାଫନର୍ସ ବିଦ୍ୟୁତ ପ୍ରଭା ପ୍ରଧାନପ୍ରମୁଖ ମାଂସୀନ ଥିଲେ । ଶ୍ରୀମତୀପ୍ରଧାନ ଗଣିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୨୩ ବର୍ଷରୁଅଧିକ ସମୟ ଧରି କାର୍ଯ୍ୟରତଥିଲେ । ତାଙ୍କର ସେବା ମନୋବୃତିଗୋଷ୍ଠୀପାଇଁ ସେ ଜନସାଧାରଣଙ୍କ ପ୍ରିୟପତ୍ରହୋଇପାରିଥିଲେ ।

ଅଭିଜ୍ଞତାରେଡାକ୍ତର ମାନଙ୍କ ଠାରୁ ମଧ୍ୟ ଅଧିକଥିଲେ ଯାହା ଫଳରେ ଗଣିଆରେ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼ାକ୍ତର ନଥିଲେବି ସେ ଅନେକ ମହିଳାଙ୍କ ପ୍ରସବ କରାଇ ପ୍ରଶଂସା ସାଉଁଟି ଥିଲେ । ତାଙ୍କ ଅବସର ଫଳରେ ଗଣିଆଡାକ୍ତରଖାନା ଜଣେ କର୍ତବ୍ୟନିଷ୍ଠକର୍ମଚାରୀଙ୍କୁ ହରାଇଲା ବୋଲି ବୁଦ୍ଧି ଜୀବୀ ମାନେ ମତବ୍ୟକ୍ତକରିଛନ୍ତି । ଏହି ଅବସରରେବିଦାୟୀ ଷ୍ଟାଫନର୍ସଙ୍କ କର୍ମଚାରୀମାନଙ୍କ ତରଫରୁ ଉପହାର,ଉପଢୌକନ ଦେଇ ସମ୍ବର୍କିତକରାଯାଇଥିଲା । ଜଣେ କର୍ତବ୍ୟନିଷ୍ଠକର୍ମଚାରୀ ଭାବେ ସେ ବେଶ୍ପରିଚିତ ଥିଲେ ବୋଲି ଗୋଷ୍ଠୀଅଧୂକାରୀ ପ୍ରକାଶ କରିଥିଲେ ।ଗଣିଆ ଗେଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତକର୍ମଚାରୀ ଏହିକାର୍ଯ୍ୟକ୍ରମରେଉପସ୍ଥିତ ଥିଲେ ।।