ଅପରାଧୀ ବର୍ତ୍ତିବା ଉଚିତ ନୁହେଁ: ସୁରେଶ ପୂଜାରୀ

ବାଲିଅନ୍ତା ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଅପରାଧୀ ବର୍ତ୍ତିବା ଉଚିତ ନୁହେଁ । ଅପରାଧ ପ୍ରବଣତା ରୋକିବା ପାଇଁ ଆହୁରି ଯତ୍ନବାନ ହେବାକୁ ପଡିବ । ସରକାରରେ ଯେଉଁମାନେ ଅଛନ୍ତି ମୂଳ କାମ ରାଜଧର୍ମ କିପରି ପାଳନ କରିବେ । ଅପରାଧୀଙ୍କ ଭିତରେ ଭୟ ରହୁନି, ଭୟ ସଂଚାର କରିବା ଜରୁରୀ । ପୋଲିସ ବିଭାଗରେ କର୍ମଚାରୀଙ୍କ ସଂଖ୍ୟା ବଢିବା ଦରକାର ।