ଆତଙ୍କ ରଚିଥିବା ମାଙ୍କଡ଼କୁ କାବୁକଲା ବନବିଭାଗ।

କୋଣାର୍କ:-18/07/2025 ପୁରୀ ଜିଲ୍ଲା ଗୋପ ବ୍ଳଳ ଅଣ୍ଢରାଇଛାପୁର ପଞ୍ଚାୟତର ଦିହୁଡା, ତୋଟାସାହି,ପୋଇତରା ଗାଁରେ ଆଜକୁ ୫ଦିନ ହେବ ମାଙ୍କଡ଼ କରିଛି ଆତଙ୍କ। ଯାହା ଫଳରେ ୨୨ ଜଣ ଗ୍ରାମବାସୀ ଗୁରୁତର ହେବାବେଳେ ୩ଜଣ ବନଖଣ୍ଡ କର୍ମଚାରୀ ଗୁରୁତର ହୋଇ ପ୍ରଥମେ ଗୋପ ପରେ ଭୂବନେଶ୍ୱର ଓ କଟକ ସ୍ଥାନାନ୍ତରିତ ହୋଇ ଚିକିତ୍ସା ହେବାବେଳେ ଆଜି ସକାଳୁ ମାଙ୍କଡ଼କୁ କାବୁ କରିଛି ନନ୍ଦନକାନନ ବନବିଭାଗ ର ଟ୍ରାଙ୍କୁଲାଇଜର ଟିମ । ଗାଁ ଦାଣ୍ଡରେ ଆତଙ୍କ ଚଳାଇଥିବା ଯୋଗୁଁ ଜତ୍ନା ବସାଇ ଜଗି ରହିଥିଲେ।ଗତକାଲି ଓଡିଶା ବନ୍ଦ ଯୋଗୁଁ ପହଞ୍ଚି ନଥିଲେ ଟ୍ରାଙ୍କୁଲାଇଜର ଟିମ। ଗତକାଲି ସନ୍ଧ୍ୟାରେ ମହାବୀର ଙ୍କୁ ଗାଁ ଲୋକେ ପୂଜାର୍ଚ୍ଚନା କରିବା ପରେ ଆଜି କାବୁ କରିଛି ଗୋପ ବନବିଭାଗ।କୋଣାର୍କରୁ ପ୍ରକାଶ କାଣ୍ଡି।