ଛୁଇଁ ହଉନି ମାର୍କେଟ ରେ ପନି ପରିବା ଚିନ୍ତା ରେ ଖାଉଟି

HR ଟିଭି ଓଡିଆ.କଳାହାଣ୍ଡି, (ଶେଖର ସୁମନ ଦାଶ ) ବର୍ତମାନ ବର୍ଷା ଋତୁ ଚାଲିଛି ଏ ପଟେ ପନି ପରିବା ଦର ଆକାଶ ଛୁଆଁ l ସବୁ ପନି ପରିବା କିଲୋ ପ୍ରତି 80 ରୁ 100 ଟଙ୍କା ଉପରେ ପହଞ୍ଚିଛି l କେଉଁ ପରିବା ଦର ବି 50 ଟଙ୍କା ତଳକୁ ନାହିଁ l ଏଥିସହ ଖୁଚୁରା ବ୍ୟବସାୟୀ ପନି ପରିବା ସବୁ ଚଢା ଦର ରେ ବିକ୍ରି କରୁଛନ୍ତି l ବର୍ତମାନ ଶ୍ରାବଣ ମାସ ଚାଲିଛି ସୋମବାର ଦିନ ପନି ପରିବା ରେ ହାତ ମାରି ପାରୁ ନାହାନ୍ତି ଖାଉଟି ମାନେ l

ଲାଞ୍ଜିଗଡ ବ୍ଲକ ଅଂଚଳ ରେ ଖୁଚୁରା ବ୍ୟବସାୟୀ ବାଇଗଣ କିଲୋ ପ୍ରତି 100 ଟଙ୍କା, ପୋଟଳ 120 ଟଙ୍କା, ବିଲାତି 80 ଟଙ୍କା, ଭେଣ୍ଡି 80 ଟଙ୍କା, ଦେସୀ କାଙ୍କଡ଼ 300 ଟଙ୍କା, ଝୁଡୁଙ୍ଗ 60 ଟଙ୍କା, ଫୁଲ କୋବି 120 ଟଙ୍କା ତ ପତ୍ର କୋବି 80 ଟଙ୍କା ରେ ବିକ୍ରି କରୁଛନ୍ତି l ସେହି ପରି କେପ୍ସିକମ, କଲରା, ମଟର ଇତ୍ୟାଦି 80 ରୁ 100 ଟଙ୍କା ରେ ପହଞ୍ଚିଛି l ଏଥି ସହ ପିଆଜ ଦର କିଲୋ ପ୍ରତି 35 ଟଙ୍କା ଏବଂ ଆଳୁ କିଲୋ ପ୍ରତି 25 ଟଙ୍କା ରେ ପହଁଚିଛି l ଅଦା 120 ଏବଂ ରସୁଣ 160,କଞ୍ଚା ଲଙ୍କା 160 ଏବଂ ଧନିଆ 400 ଟଙ୍କା ରେ କିଣୁଛନ୍ତି ଖାଉଟି ମାନେ l ତେବେ ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ସହିତ ଡ୍ରାଇଭର ମହା ସଙ୍ଘ ର ଚକ ବନ୍ଦ ଡାକରା ପାଇଁ ବାହାର ରାଜ୍ୟ ରୁ ପନି ପରିବା ଆସି ପାରି ନ ଥିବାରୁ ଏଭଳି ଦର ଦାମ ବୃଦ୍ଧି ହୋଇ ଥିବା ଅନୁମାନ କରା ଯାଉଅଛି l ବର୍ତମାନ କିଛି ଦିନ ଏଭଳି ଦର ଦାମ ରହିବା ନେଇ ଅନୁମାନ କରା ଯାଉ ଅଛି ଏପଟେ ଚିନ୍ତା ରେ ଖାଉଟି l