ମହମ୍ମଦ ସାମିଙ୍କ ଏକ୍ସ ୱାଇଫ୍ଙ୍କ ବଢିଲା ଅଡ଼ୁଆ
ମହମ୍ମଦ ସାମିଙ୍କ ଏକ୍ସ ୱାଇଫ୍ ହସିନ ଜହାଁ ଏବଂ ଝିଅ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ। ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାର ସୁରୀ ଟାଉନ ଥାନାରେ ମା’ ଓ ଝିଅଙ୍କ ବିରୋଧରେ ଅଭିଯୋଗ ହୋଇଛି। ହସିନ ଜହାଁ ଏବଂ ତାଙ୍କ ଝିଅ ଅବୈଧ ଭାବରେ ଜମି କବ୍ଜା କରି ମାରପିଟ୍ କରୁଥିବା ନେଇ ତାଙ୍କ ପଡୋଶୀ ଥାନାରେ ଅଭିଯୋଗ କରିଛନ୍ତି। ଏକ ଭାଇରାଲ୍ ଭିଡିଓ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେମାନେ ଅଭିଯୋଗ କରିଛନ୍ତି ଯେ ଜମି ବିବାଦରେ ହସିନ ଜାହାନ ଏବଂ ତାଙ୍କ ଝିଅ ପଡ଼ୋଶୀମାନଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ସହିତ ଜଡିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଶାମିଙ୍କ ପତ୍ନୀ ଜଣେ ମହିଳାଙ୍କୁ ଠେଲାଠେଲି କରୁଥିବାର ଦେଖାଯାଇଛି।
ମହମ୍ମଦ ଶାମି ପ୍ରାୟ ଚର୍ଚ୍ଚାରେ ରହୁଛନ୍ତି। ଏଥର ସେ ତାଙ୍କ ପତ୍ନୀଙ୍କ କାରଣରୁ ଖବରରେ ଅଛନ୍ତି। ତାଙ୍କ ପଡ଼ୋଶୀ ଡାଲିଆ ଖାତୁନ ତାଙ୍କ ପତ୍ନୀ ହସିନ ଜାହାନ ଏବଂ ଝିଅ ଅର୍ଶୀ ଜାହାନଙ୍କ ବିରୁଦ୍ଧରେ BNS ଧାରା 126(2), 115(2), 117(2), 109, 351(3) ଏବଂ 3(5) ଅନୁଯାୟୀ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛନ୍ତି। ମାମଲାଟି ପଶ୍ଚିମବଙ୍ଗର ବୀରଭୂମି ଜିଲାରେ ଅବସ୍ଥିତ ସୁରି ସହରରୁ ଆସିଛି।ସେପଟେ ମହମ୍ମଦ ସାମିଙ୍କ ସହ ହସିନ ଜହାଁଙ୍କ ବିବାଦ ଚାଲିଛି। ନିକଟରେ କୋଲକାତା ହାଇକୋର୍ଟ ଦୁହିଁଙ୍କ ଛାଡ଼ପତ୍ର ମାମଲାରେ ଶୁଣାଣି କରି ହସିନ ଜହାଁଙ୍କୁ ପ୍ରତି ମାସ ୪ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ସାମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପଡୋଶୀଙ୍କ ସହ ମାରପିଟ୍ କରି ହସିନ ଆଉ ଏକ ଅଡ଼ୁଆରେ ଛନ୍ଦି ହୋଇଛନ୍ତି।