ରାମ ମନ୍ଦିର ପରିସରରେ ସନାତନ ଓ ହିନ୍ଦୁ ଧର୍ମର ସତସଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ

ଗଣିଆ (,ବିଶ୍ୱରଂଜନ ସେଠି) ମଙ୍ଗଳବାର ଦିନ ଗଣିଆ ରାମ ମନ୍ଦିର ପରିସରରେ ଠାକୁର ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଭ୍ରତୃତ୍ୱ ଦିବ୍ୟାତ୍ମା ପରିଷଦ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ କ୍ଷିତିଜ୍ୟୋତିଃ ଆଶ୍ରମ ମାହାଙ୍ଗା କଟକଙ୍କ ଦଶପଲା ସ୍ୱତନ୍ତ୍ର ଶାଖା ଆନୁକୂଲ୍ୟରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଢେଙ୍କାନାଳ ରୁ ଆସିଥିବା ପ୍ରବଚକ ଭକ୍ତ ବିନୋଦ ବିପିନ ବିହାରୀ ସାମଲ ଓ ପିପିଲିରୁ ଆସିଥିବା ପ୍ରବଚକ ମାନସ ରଂଜନ ପ୍ରଧାନ ସତସଙ୍ଗର ମାହାତ୍ମା ଗରୁ ଗୋସ୍ୟାମୀ ବାଣୀ, ମହାପୁରଷଙ୍କ ବାଣୀ ସତସଙ୍ଗ ମାଧ୍ୟମରେ ପ୍ରବଚନ ପ୍ରଦାନ କରିଥିଲେ । ହିନ୍ଦୁ ଧର୍ମ ହେଉଛି ପୃଥିବୀର ଧର୍ମମାନଙ୍କ ମଧ୍ୟରେ ଏକମାତ୍ର ଧର୍ମ ଯେଉଁଥିରେ ବିଶ୍ୱାସ କରାଯାଏ ଯେ ଏ ବିଶ୍ୱ ବ୍ରହ୍ମାଣ୍ଡ ଖୋଦ ଅସଂଖ୍ୟ ଥର ମୃତ୍ୟୁ ଓ ପୁର୍ନଜନ୍ମ ଲାଭ କରିଥାଏ । ଏହା ହେଉଛି ଏକମାତ୍ର ଧର୍ମ ଯେଉଁଥିରେ ସମୟର ମାପଦଣ୍ଡ ଆଧୁନିକ ବ୍ରହ୍ମାଣ୍ଡ ବିଜ୍ଞାନ ସହିତ ମେଳ ଖାଇଥାଏ । ଏହାର ଚକ୍ରମାନ ଆମର ସାଧାରଣ ଦିନରାତିରେ ଆରମ୍ଭ ହୋଇ ବ୍ରହ୍ମାଙ୍କ ଦିନରାତି ପର୍ଯ୍ୟନ୍ତ ଲମ୍ବିଥାଏ । ଅନେକ ଶାସ୍ତ୍ର ପୁରାଣ ବେଦ ବେଦାନ୍ତ ଉପନିଷଦ ଗୀତା ଭାଗବତଏବଂ ପଂଚସଖା ବୀରୋଚିତ ଲକ୍ଷାଧିକ ମାଳିକା ପୃଷ୍ଠା ବିମଣ୍ଡିତ ପରମ ପୁରାଣ ପୁରୁଷ ଶ୍ରୀ ଶ୍ରୀ ଗୁରୁସ୍ୱାମୀଙ୍କର ଆବିର୍ଭାବ କେବେ ଓ କେଉଁଠାରେ କେଉଁ ବାରରେ କେଉଁ ତିଥିରେ କେଉଁ ବର୍ଣ୍ଣରେ କେଉଁ ନାମରେ କେଉଁ ରୂପରେ ଆବିର୍ଭାବ ହୋଇ ସାରିଛନ୍ତି ତାଙ୍କ ସମ୍ବନ୍ଧରେ ମାଳିକା ପ୍ରମାଣ ଉପରେ ପ୍ରବଚନ ଦିଆଯାଇଥିଲା । ସମସ୍ତ ପ୍ରେରିତ ଗୁରୁଅଙ୍ଗ ସତ୍ୟ ସାଇବାବା ଠାକୁର ଅଭିରାମ ପରମହଂସ ସନ୍ଥ କବି ଭୀମଭୋଇ, ଠାକୁର ଅନୁକୁଳଚନ୍ଦ୍ର ଠାକୁର ନିଗମାନନ୍ଦ, ବଳିଆବାବା, ବାଇଆ ବାବା, ଯୁଗଶକ୍ତି ଗାୟତୀ, ହାଡ଼ିଦାଶ, ବୈକୁଣ୍ଠ ବ୍ରହ୍ମଚାରୀ, ଅରିକ୍ଷିତ ଦାଶ ତଥା ବିଗତ ହଜାର ହଜାର ବର୍ଷ ପୂର୍ବରୁ ପୃଥିବୀର ବିଶିଷ୍ଟ ମହାନ ଜ୍ୟେର୍ତିବିଦଙ୍କ ଦ୍ୱାରା ପ୍ରତଦ ତଥ୍ୟାବଳୀ ତଥା ଭବିଷ୍ୟବାଣୀ ଉପରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଚୁଇଁ ବାବା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଗଣିଆ ଅଂଚଳର ବହୁଶ୍ରୋତା ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।