ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ର ଶ୍ରୀଜଗନରନ୍ନାଥଙ୍କ ‘ନବକଳେବର’ ପ୍ରଦର୍ଶିତ
ଇତିହାସ ରଚିଲା ଓଡ଼ିଆ ଫିଲ୍ମ ନବକଳେବର । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଫିଲ୍ମ । ରାଷ୍ଟ୍ରପତି ଭବନର କର୍ମଚାରୀ, ଫିଲ୍ମର ପ୍ରଯୋଜନା ଟିମ୍, ନିର୍ଦ୍ଦେଶନା ଟିମ୍ ଓ କଳାକାରଙ୍କ ସହ ଫିଲ୍ମ ଦେଖିଲେ ମହାମହିମ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’କୁ ଅପୂର୍ବ ସଫଳତା ମିଳିଛି ।ତେବେ ଓଡିଆ ମାଟିର ଝିଅ ତଥା ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବଡ଼ ଠାକୁରଙ୍କ ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମକୁ ନିମନ୍ତ୍ରଣ କରିଥିଲେ । ମହାପ୍ରଭୁଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ହେଲେ ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ସାମଲ, କାର୍ଯ୍ୟକାରୀ ପ୍ରାଯୋଜକ ପ୍ରଣୟ ଜେଠୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର (ବିସନ ମହାନ୍ତି), ଅଭିନେତା ଶ୍ରୀତମ ଦାସ (ରାଜା ମୁକୁନ୍ଦ ଦେବ), (ଗଜପତି ରାମଚନ୍ଦ୍ର ଦେବ) ଜ୍ୟୋତି ନାୟକ, (କଳାପାହାଡ଼) ଅଂଶୁମାନ ଭୂମିକାରେ ନଜର ଆସିଛନ୍ତି ।