ଶ୍ରାବଣ ମାସ ପ୍ରଥମ ସୋମବାର ରେ ଚଳଚଞ୍ଚଳ ସମସ୍ତ ଶୈବ ପିଠ ଗାଁ ରୁ ସହର ସମସ୍ତ ମନ୍ଦିର ରେ କାଉଡିଆ ଙ୍କ ଭିଡ଼*
HR ଟିଭି ଓଡ଼ିଆ କଳାହାଣ୍ଡି. (ଶେଖର ସୁମନ ଦାଶ ). ବୋଲବମ ହର ହର ବମ ଓଁ ନମଃ ଶିବାୟ ଧ୍ୱନି ରେ ଉଛୁଳି ଉଠୁଛି କଳାହାଣ୍ଡି ଜିଲ୍ଲା ର ସମସ୍ତ ଶୈବ ପୀଠ l ମହାଦେବ ଙ୍କ ଭକ୍ତ ଙ୍କ ଭିଡ଼ ଲାଗିଛି କାହା କାନ୍ଧ ରେ କାଉଡି ତ କାହା କାନ୍ଧ ରେ ଜଳ ପୂର୍ଣ୍ଣ ଲୋଟା l ଏପଟେ ରାସ୍ତା ଏବଂ ନଦୀ ରେ ମଧ୍ୟ କାଉଡିଆ ଙ୍କ ଭିଡ଼ ଦେଖି ବାକୁ ମିଳୁଛି l ଆଜି ଶ୍ରାବଣ ମାସ ର ପ୍ରଥମ ସୋମବାର ମହାପ୍ରଭୁ ମହାଦେବ ଙ୍କ ମସ୍ତକ ରେ ଜଳ ଲାଗି କରିବା ପାଇଁ କେତେ କେତେ ଦୂର ରୁ ଖାଲି ପାଦରେ ଚାଲି ଚାଲି ଛୁଟି ଆସିଛନ୍ତି ଭକ୍ତ ଗଣ l କିଏ ମାନସିକ ପରେ ତ କିଏ ମାନସିକ କରି ଚୁଟି ଚାଲିଛନ୍ତି ଭକ୍ତ ମାନେ ମହାଦେବ ଙ୍କ ଜଲଭିଷେକ କରିବା ପାଇଁ l ତେବେ ଆଜି ଶ୍ରାବଣ ମାସ ର ପ୍ରଥମ ସୋମବାର ରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଶୈବ ପୀଠ ରେ ଜଳାଭିଷେକ କରୁଛନ୍ତି କାଉଡିଆ ମାନେ l ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବ ପୀଠ l ଶ୍ରାବଣ ମାସରେ ବିଭିନ୍ନ ମାନସିକ କରି ଜଳାଭିଷେକ କରିଥାନ୍ତି କାଉଡିଆ ମାନେ l ପବିତ୍ର ନଦୀ ମାନଙ୍କରୁ ଜଳ ଉଠାଇ ଶୈବ ପୀଠ ରେ ପହଂଚି ଛନ୍ତି କାଉଡିଆ ମାନେ l ସକାଳୁ ସକାଳୁ ବାବା ଙ୍କ ନୀତି କାନ୍ତି ସାରିବା ପରେ ଧାଡିରେ ଲାଗି ଜଳ ଲାଗି କରୁଛନ୍ତି କାଉଡିଆ ମାନେ l